Monthly Archives

February 2024

୨ କିନ୍ନର ଲୁଟିନେଲେ ୧୧ ହଜାର ଟଙ୍କା ସହ ମୋବାଇଲ ଫୋନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଜଣ କିନ୍ନର ଜଣେ ଯୁବକଙ୍କଠାରୁ ୧୧ ହଜାର ଟଙ୍କା ସହ ମୋବାଇଲ ଫୋନ୍‌ ଲୁଟି ନେଇଥିବା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବିଜେପୁର ପାଖ ତୁହିଲାମାଲ ଗାଁର ମନୋଜ ହରିପାଲ୍‌ ତାମିଲ୍‌ନାଡ଼ୁରୁ ଟ୍ରେନ୍‌ ଯୋଗେ ଫେରି ନିଜର ଜଣେ
Read More...

ଥାନାରୁ ଅଭିଯୋଗ ଫେରସ୍ତ ନେବାକୁ ଧମକ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାନାରୁ ଅଭିଯୋଗ ଫେରସ୍ତ ନେବାକୁ ଧମକ୍‌ ଦିଆଯାଇଥିବା ସଂପର୍କରେ ପୁଇଁତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ନିବାସୀ ଶାରଳା ଗଡ଼ତ୍ୟା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଶାରଳା କହିଛନ୍ତି ଯେ, ଗତ ୨୪ ତାରିଖ ଦିନ ତାଙ୍କ ଶ୍ୱଶୁର ମୋହନ
Read More...

ପିକ୍‌ଅପ୍‌ ଓଲଟି ୫୦ ଶ୍ରମିକ ଗୁରୁତର

ଜୁନାଗଡ଼, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ ଥାନା ଆଁଟି ଗାଁର ଶ୍ରମିକମାନେ ଗୋଲାମୁଣ୍ଡା ଥାନା ବୋରଗୁଡା ଗ୍ରାମକୁ ଧାନ ରୋଇବା ପାଇଁ ଯାଇଥିଲେ । ସେଠାରେ କାମ ସାରି ସନ୍ଧ୍ୟାରେ ଫେରିବା ସମୟରେ ଡୋକରିପଡା ନିକଟରେ ପିକ୍‌ଅପ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ପ୍ରାୟ ପାଞ୍ଚ ଜଣ
Read More...

ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି

କେନ୍ଦ୍ରୀୟ ଯୋଜନାର ପ୍ରସାର ସହ ଜାରି ରହିଛି ହିତାଧିକାରୀଙ୍କ ପଞ୍ଜୀକରଣବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଉଛନ୍ତି ସାଧାରଣ ନାଗରିକ ଓ ଜନପ୍ରତିନିଧି ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫
Read More...

ସିଂହପୁର ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଞ୍ଚାୟତ ପରିସରରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ସରପଞ୍ଚ ଉଛବ ପ୍ରଧାନଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ମୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

କଲା ଦହନା ଦ୍ଵିତୀୟ ବାର୍ଷିକ ଉତ୍ସବ ଓ କବି ସମ୍ବିଳନୀ

ବରଗଡ଼, (କେପିଏନ୍‌ଏସ୍‌) : ଗତ ରବିବାର ଏଗାର ତାରିଖ ସକାଳ ୧୦ରୁ ୬ଟା ପର୍ଯ୍ୟନ୍ତ ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାରରେ କଲା ଦହନାର ଦ୍ଵିତୀୟ ବାର୍ଷିକ ଉତ୍ସବ ଏବଂ କବି ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହ ପ୍ରତିଷ୍ଠାତା ଦିନେଶ ଭୋଇଙ୍କ ସମ୍ପାଦନା ଏବଂ ବିକ୍ରମ ସାହୁଙ୍କ
Read More...

ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର, ବିବିଏମ୍‌ସିଏଚ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର ହୋଇପଡ଼ିଥିବା ବେଳେ ଦୁହିଁଙ୍କୁ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ରଣ୍ଡା ଗାଁର ଦୁଇଜଣ ସାଙ୍ଗ ସୁରେଶ ବୁଡେ଼କ(୨୩) ଓ ରବି ବେହେରା(୨୨) ଅନ୍ୟ ଜଣେ ସାଂଗଙ୍କୁ
Read More...

ଖଲ୍ଲିକୋଟ ରାଣୀସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ

କ୍ରନ୍ଦନର ରୋଳରେ ଖଲ୍ଲିକୋଟଗଡ଼ ଶୋକାଭିଭୂତ ହୋଇଉଠିଥିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ରବିବାର ପ୍ରାତଃରେ ଖଲ୍ଲିକୋଟ ନଗରୀରେ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବହୁ
Read More...

ପଙ୍ଖାରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳ ଡ଼ଙ୍ଗାବାହାଲ ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାମ କୁଶ ଦୀପ (୨୯) ଗ୍ରାମ ଡ଼ଙ୍ଗାବାହାଲ ବୋଲି ଜଣାପଡିଛି । ପ୍ରକାଶ ଯେ, ଏହି ଫାଣ୍ଡି ଅଧୀନ
Read More...

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ବଡ଼ମାଳ ଅଞ୍ଚଳରେ ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ଯୌତୁକ ପ୍ରଧାନ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଥାନା କେସ ନଂ ୬୧/୨୪ରେ ଏକ ମାମଲା ରୁଜୁ
Read More...