ls

ଆଇପିଏଲ : କୋଲକାତାକୁ ହରାଇ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

sb

ସାରଜା : କୋଲ୍‌କାତା ନାଇଟ୍ ରାଇଡର୍ସକୁ ତଳକୁ ଟାଣି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଯାଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ମନଦୀପ ଓ କ୍ରିସ୍ ଗେଲଙ୍କ ଅର୍ଧଶତକ ବଳରେ ପଞ୍ଜାବ ସୋମବାର ୮ ୱିକେଟରେ କେକେଆର୍‌କୁ ହରାଇ ଲଗାତାର ପଞ୍ଚମ ବିଜୟ ସହ ପଞ୍ଚମ ସ୍ଥାନରୁ ଚତୁର୍ଥକୁ ଉଠିଛି। କେକେଆର୍‌ ଚତୁର୍ଥରୁ ପଞ୍ଚମକୁ ଖସିଛି। ୨୫ ବଲରୁ ଅର୍ଧଶତକ ହାସଲ କରିଥିବାରୁ କ୍ରିସ୍ ଗେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

କେଏଲ୍‌ ରାହୁଲ ଟସ୍ ଜିତିବା ପରେ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମହମ୍ମଦ ସାମିଙ୍କ ଘାତକ ବୋଲିଂ ଆଗରେ କିନ୍ତୁ କେକେଆର୍‌ ଶୀର୍ଷକ୍ରମ ଆତ୍ମସମର୍ପଣ କରିଥିଲା। ନିତୀଶ ରାଣାଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ୍‌ ପ୍ରଥମ ଶିକାର କରିବା ପରେ ରାହୁଲ ତ୍ରିପାଠୀ ଓ ଦୀନେଶ କାର୍ତିକଙ୍କୁ ମହମ୍ମଦ ସାମି ନିଜ ପ୍ରଥମ ସ୍ପେଲରେ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଫଳରେ ମାତ୍ର ୨ ଓଭର ଭିତରେ କେକେଆର୍‌ ୧୦ ରନ୍‌ରେ ୩ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଯୁବ ତାରକା ଶୁଭମନ ଗିଲ୍‌ ଓ ଅଧିନାୟକ ଇଅନ୍ ମୋର୍ଗାନ୍‌ ପାଳି ଗଢ଼ିବା ସହ ଦ୍ରୁତ ୮୧ ରନ୍ ଯୋଡ଼ିଥିଲେ। ମୋର୍ଗାନଙ୍କୁ ରବି ବିଷ୍ଣୋଇ ଶିକାର କରିବା ପରେ କେକେଆର୍‌ ନିୟମିତ ୱିକେଟ୍ ହରାଇ ସମ୍ଭାବ୍ୟ ବଡ଼ ସ୍କୋର୍‌ କରିପାରିନଥିଲା। ଗିଲ୍‌ (୫୭, ୪୫ ବଲ)ଙ୍କୁ ମହମ୍ମଦ ସାମି ନିଜ ତୃତୀୟ ଶିକାର କରିଥିଲେ। ମଧ୍ୟ ଓଭର ଗୁଡିକରେ (୧୧-୧୬) କେକେଆର୍‌ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା ପଞ୍ଜାବ। କ୍ରିସ୍ ଜୋର୍ଡାନ, ମହମ୍ମଦ ସାମିଙ୍କ ଘାତକ ବୋଲିଂ ସହିତ ସ୍ପିନ୍‌ ଯୋଡ଼ି ରବି ବିଷ୍ଣୋଇ-ମୁରୁଗାନ ଅଶ୍ବିନ୍‌ କେକେଆର୍‌କୁ ୧୪୯/୯ରେ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ଜବାବରେ ପଞ୍ଜାବ ଅଧିନାୟକ କେଏଲ୍‌ ରାହୁଲ୍ (୨୮)ଙ୍କୁ ଲେଗ୍ ବିଫୋର କରିଥିଲେ। ଏହା ସ୍ପଷ୍ଟ ନ ଥିଲେ ମଧ୍ୟ ରାହୁଲ ରିଭ୍ୟୁ ନ କରି ମନଦୀପଙ୍କ ପରାମର୍ଶ କ୍ରମେ ଫେରି ଯାଇଥିଲେ। ଏହା ବିଶେଷ ପ୍ରଭାବ ପକାଇନଥିଲା। କେବଳ ରାହୁଲ ୬୦୦ ରନ୍‌ଠାରୁ ୫ ରନ୍‌ ଦୂରରେ ରହିଯାଇଥିଲେ। ପାଲଟା ପାଳି ଖେଳି ମନଦୀପ (୬୬ଞ୍ଚ, ୫୬ ବଲ) ଏବଂ କ୍ରିସ୍ ଗେଲ୍ (୫୧, ୨୯ ବଲ) ମିଳିତ ଭାବେ ୧୦ ଓଭରରେ ୧୦୦ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ସାତ ବଲ୍‌ ପୂର୍ବରୁ କେଏଲ୍ ରାହୁଲଙ୍କ ଦଳ ୮ ୱିକେଟରେ ବିଜୟୀ ହୋଇଥିଲା। ଗେଲ୍‌ ଖେଳିବା ପରଠାରୁ ପଞ୍ଜାବ ସମସ୍ତ ୫ ମ୍ୟାଚ୍‌ ଜିତି ଏବେ ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି ।

pc pk
Leave A Reply

Your email address will not be published.