ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧିଷ୍ଟାଡିୟମଠାରେ ଆୟେଜିତ ଓସିଏ ଭିଜନ ୨୦୨୪ର ସିନିଅର ଇଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗତାରେ ଆଜିର ମ୍ୟାଚ ନାଏକ କ୍ରିକେଟ ଏକାଡେମୀ ଓ ବୁଡାବାହାଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଏକାଡେମୀ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୮୪ ରନ୍‌ ସଂଗ୍ରହ କରିଥିଲେ । ଦଳ ତରଫରୁ ଅଂଶୁମାନ ମିଶ୍ର ଅପରାଜିତ ୧୦୯ ରନ୍‌ ଓ ସତ୍ୟଜିତ ଅପରାଜିତ ୬୪ ରନ୍‌ ସଂଗ୍ରହ କରିଥିଲେ । ବୁଡାବାହାଲ ଦଳ ତରଫରୁ ଧୁବଲେଶ୍ୱର ବକୁଲ, ସୁବଲ ଭାଟି, ଆଶିଷ ଖମାରୀ ଓ ବିଜୟ ନାଏକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୨୮୫ ରନ୍‌ର ପିଛା କରିବାକୁ ଯାଇ ବୁଡାବାହାଲ ଦଳ ୨୭.୪ ଓଭର ସମସ୍ତ ୱିକେଟ ହରାଇ ମାତ୍ର ୯୯ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ ଏହି ମ୍ୟାଚକୁ ୧୮୫ ରନ୍‌ରେ ହରାଇ ବସିଥିଲା । ବୁଡାବାହଲ ଦଳ ତରଫରୁ ବିଜୟ ନାଏକ ସର୍ବାଧିକ ୨୫ ରନ୍‌ କରିଥିବା ବେଳ ଧୁବଲେଶ୍ୱର ବକୁଳ୧୫ ରନ୍‌ କରିଥିଲେ । ନାଏକ ଏକାଡେମୀ ତରଫରୁ କିଶନ୍‌ ନାଏକ ସର୍ବାଧିକ ୪ ୱିକେଟ, ସୁବାଶିଷ ମିର୍ଦ୍ଧା ଓ ଅଙ୍କିତ ପଣ୍ଡା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ନାଏକ ଏକାଡେମୀର ଅଂଶୁମାନ ମିଶ୍ରଙ୍କୁ ତାଙ୍କର ଅପରାଜିତ ଶତକ ପାଇଁ ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ପଣ୍ଡା ଓ ସୁଭମ ନାଏକ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.