lika

ବଡ ମାଧପୁରରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

gbag

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ବଡ ମାଧପୁର ଗ୍ରାମରେ ଶ୍ୟାମାକାଳୀ ଯୁବ ସଂଘ ପରିସରରେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ ଦ୍ୱିତୀୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅରୁଣ ରାଉଳଙ୍କ ସଭାପତି‌ତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସଂପାଦକ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ରଘୁନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ରାଜ୍ୟ ଟାଏକୋଣ୍ଡୋ ମହିଳା କମିଶନ ସଦସ୍ୟା ଡଃ. ଅନୀତା ମିଶ୍ର, ସନ୍ତରଣ କୋଚ ସୁନୀତା ପାତ୍ର, ସମାଜସେବୀ ନିରଜ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ. ଲଳିତ କୁମାର, ବ୍ରହ୍ମପୁରର ଜାଗୁଆର ଟାଏକୋଣ୍ଡୋ ଏକାଡେମୀର କୋଚ ଅମ୍ବିକା ଦାଶ, ହୋପ ଟାଏକୋଣ୍ଡୋ ଏକାଡେମୀର କୋଚ ସି. ଏଚ ପ୍ରସାଦ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ, ବ୍ରହ୍ମପୁର ଟାଏକୋଣ୍ଡୋ ଟ୍ରେନିଂ ସ୍କୁଲର କୋଚ ଜନଜ ମହାରଣା ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଦକ୍ଷିଣ କୋରିଆର କୁକିୟାନ ସ୍ଥିତ ବିଶ୍ୱ ଟାଏକୋଣ୍ଡୋ ମୁଖ୍ୟାଳୟ ଦ୍ୱାରା ପ୍ରଦତ୍ତ ୨ୟ ଡାନ ବ୍ଳାକ ବେଲ୍ଟ ସି ଏଚ. ପ୍ରସାଦଙ୍କୁ, ୧ମ ଡାନ ବ୍ଳାକ ବେଲ୍ଟ ଅନୀତା ମିଶ୍ର ଓ ମୁନମୁନ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଯୁଧିଷ୍ଠିର ରେଡ୍ଡୀ, ଦିଲୀପ ବେହେରା, ମହେନ୍ଦ୍ର ଗୌଡ଼, ଟି କିଶୋର ରେଡ୍ଡୀ, ଶିବ ସାହୁ, ଅନାଦି ବେହେରା, ଜିତେନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

babaa
Leave A Reply

Your email address will not be published.