
ଡ. ଗୋବର୍ଦ୍ଧନ ସାହୁ
କହୁନ୍ ସାର୍, ଶୁନି ପାରୁଛେଁ ।
ହଁ, ହଁ ସୁଦାମ ବାବୁ, ମୋର କଥାକେ ଧିଆନ ଦେଇକରି ଶୁନୁନ । ଏକାଉଂଟେନ୍ଟ ବାବୁକେ ବୁଝେଇ ଦଉନ । କଲା ଟଁକା କେଂତାକରି ଧଲା ହେବା, ସେ ତା’ର ଆଏ ଉପେ କର୍ବେ । ହଁ ଆରୁ ଗୁଟେ କଥା । ମିଟିଂଗ୍ର ସବୁ ଫାଇଲ୍ ପତର୍ ରେଡ଼ି କରିଥିବେ । ମେଲ୍ର ସବୁ ଉତ୍ତର ଦେଇଦେବେ । ମୁଇଁ ଅଧାଘଂଟା ଭିତ୍ରେ ଅଫିସ୍କେ ପୁହୁଚୁଛେଁ । ଗଲେ ବାକି କଥା ବାର୍ତା ।…. ମେନେଜର ସାଂଗେ କଥା ହେଲା ପଛେ, ଯତୀନ ଫୋନ୍କେ ରଖିଦେଲେ ।
ଲାଇଫ୍ ସାଇଜ୍ ଦର୍ପନ ସାମ୍ନେ ଠିଆ ହେଲେ । ବେଲ୍ଟ ଆରୁ ଟାଏ କେ ଏକ୍ଦମ ଠିକ୍ସେ ସଲ୍ଖାଲେ । ରୁମାଲ ଆରୁ କୁର୍ତା ନେ ଅଁତର ଟିକେ ଝିଟ୍ଲେ । ଅଫିସ୍କେ ବାହାର୍ମି ବଲୁଛନ । ଝିଲି ଆସିକରି ଗୁଡେ଼ ଗୁର୍ରେଇ ହେଲା । ମୁଇଁ ଗଲେ ସାଂଗେ ଯିମି ଗୋ’ ବାପା ବଲି ଥର୍କେ ଥର୍ କହେଲା । ଯତୀନ ବିର୍ଝି କରି ଡ଼ାକ୍ଲେ, ରୋଜି ତମେ କା’ଣା କରୁଛ ବଲୁଛେଁ ? ଅଫିସ୍ ଗଲାବେଲେ ଛୁଆକେ ଆକଟ୍ କର୍ବ ବଲି ସବୁଥର କହେସିଁ । ଆସିକରି ଗୁଂଦଲେଇ ହଉଛେ । ନିଅ, ସଁକଲ ଇତାକେ । ଆରୁ ଦୁଷ୍ରା ପେଁଟ୍ ଖଁଡେ଼ ଆଲମିରାନୁ ବାହାର କରିଦିଅ । ଇ’ ପେଁଟ୍ର ଇସ୍ତିରି ଭାଂଗିଗଲା । ଜଲ୍ଦି କର, କାର୍ଖାନା ନେ ସଭେ ଟାକି ଥିବେ ।
ରୋଜି ଦୁଷ୍ରା ପେଁଟ୍ ଖଁଡେ଼ ଧରେଇ ଦେଲେ ଆରୁ ଯ’ ପାଲ୍ଟିବ ବଏଲେ । ବାହାର୍ଲା ବେଲେ ଯତୀନକେ ଶୋର କରାଲେ, ସଂଜ୍ବେଲେ ଜଲ୍ଦି ଆଏବ । ମେହେର ବାବୁକଁର ପୁଓ ନୂଆଁ ବେବସାଏ ଟେ ଆରମ୍ କରୁଛନ । ତାଁକର ଡିନର୍କେ ଯେଂତାହଉ ଯିବାକେ ପଡ଼୍ବା । ଆଏଜ୍ ଦୁଇଥର ଫୋନ୍ କଲେନ’ । ହଁ, ଠିକ ଶୋର କରାଲ’ ବଏଲେ ଯତୀନ । ବିର୍ଝା ଭାବ୍ ଆରୁ ମନ୍ ଭିତରେ ନାଇଁ ଥାଇ । ଟିକେ ନର୍ମିକରି ବଏଲେ, ଦେଖ ରୋଜି । ଆଏଜ୍ ସଂଜ୍ବେଲେ ମୁଇଁ ଜଲ୍ଦି ଆସି ନାଇଁପରେ । ରାତି ଭି ଡେ଼ରି ହେଇଯିବା । ବହୁତ୍ ବିଜି ରହେମି । ରାଏପୁରୁ ଗୁଟେ ବଡ଼ ପାଟି ଆସ୍ବେ । ତାକର ସାଂଗେ ହୋଟେଲ ସାକେତ୍ ନେ ମିଟିଂଗ ଅଛେ । ଛ’ କୁଟି ଟଁକାର ଗୁଟେ ଡ଼ିଲ୍ ଫାଇନାଲ ହେବାର ଅଛେ । ଶୁନିକରି ମୁଇଁ ଯିମିନ’ ବଏଲେ ରୋଜି । ବର୍କେ ଆରୁ ଅଲପ୍ ଅଟ୍କେଇ କରି ଜନାଲେ, ଆଏଜ୍ ବାପାକଁର ଦିହିଁ ଜହ ଟିକେ ଖରାପ ଅଛେ ଗୋ । ସଂଜ୍ବେଲେ ଏକ୍ଲା ହେଇଯିବେ ଯେ’ ?
ଯତୀନର ମୁହେଁ ଚିଂତିତ୍ ହେବାର କେନ୍ସି ଭାବ୍ ନାଇଁ ଜନା ପଡ଼୍ଲା । ଚିଡ଼୍ଚିଡ଼ା ଭାବ୍ ଯହ ଜନାପଡ଼ୁଥିଲା । ସେ କହେଲେ, ଡକ୍ଟର ବାରିକ କୁଁ କହିକରି ବନେ ନର୍ସ ଝନେ କେ ଘର୍କେ ଡକେଇ ପଠାବ । ସେ ବାପାକୁଁ ନାଇଁ ଜୁଗ୍ବେ କେଁ । ମାତର୍କ, ଦେଖ ରୋଜି ତମେ ମେହେର ବାବୁକଁର ଡିନରକେ ଯିବାର ଯେଂତା ନାଇଁ ପାଶ୍ରିବ ।
ସାଢେ଼ ନ’ ବଜେ ତକ୍ ଚେୟାରମେନ ବାବୁ ଅଫିସ୍କେ ପୁହୁଁଚ୍ଲେ । ସବୁ କରମ୍ଚାରୀମାନେ ଫାଇଲ୍ ପତର୍ ଠିକ୍ କରି ଟାକିଥାନ । କାର୍ଖାନାର କା’ଣା ସୁବିଧା ଅସୁବିଧା ମତେ କହ’ ବଏଲେ । ସିନିଅର ମେନେଜର ଜନାଲେ, ସାର୍ ! କେତେଝନ୍ ମଜ୍ଦୁର ଉତ୍ପାଦନ କେଂଦ୍ର ନେ କେତେଟା ପଂଖା ଲଗାବାର ଲାଗି ଲିଖିତ ଦାବୀ କରିଛନ । ମୁହୁଁକେ ଆମିଲ୍ କରିକରି ଯତୀନ ବଏଲେ; ନାଇଁ, ନାଇଁ । ଇଟା ନାଇଁ ହେଇପାରେ । ସେମାନେ ଇନେ କାମ କର୍ବେ କି ହାବା ଖାଇକରି ବସି ରହେବେ ? ଆଏଜ୍ ପଂଖା ବଲୁଛନ୍, କାଲ୍କେ କୁଲର ବଲ୍ବେ । ପର୍ଦିନ୍କେ… । ଯଦି ବେଶି ଜୋରସେ ଦାବୀ କର୍ବେ ବଏଲେ, ସେମାନକୁଁ ଛଟେଇ କରିଦିଅ ।
ଡେ଼ପୁଟି ମେନେଜର ଜନାଲେ, ସାର୍ ! ଖଲାସି ଦୁଇଝନ ହପ୍ତେ ହେଲା କାରଖାନାକେ ନୁହେଁ ଆସନ । ସେମାନେ ତାକର ଦରମା ବହୁତ କମ୍ ଆଏ ବଲି ଅଭିଯୋଗ କରିଛନ । ଟଁଟିକେ ଟିକେ ସାଫ୍ କରିକରି ଯତୀନ ନିର୍ଦେଶ ଦେଲେ, ଯେତ୍କି ଦରମା ପାଉଛନ, ହେତ୍କି ଥି ନାଇଁ ରହେବେ ବଏଲେ, ତାକୁ ବହିଷ୍କାର ନୋଟିସ ଜାରି କରିଦିଅ ।
ଠିକ୍ ଇ’ସମିଆନେ ଯତୀନର ଫୋନ ଘଂଟି ବାଜ୍ଲା । ଘରୁ ମୁଇଁ ହରି କହୁଛେଁ ସାର୍… । ହଁ ହଁ କହ ହରି । ବାପାକଁର ଦିହିଁ ଆରୁ ଟିକେ ବିଗ୍ଡ଼ି ଯାଇଛେ ସାର୍ । ଯତୀନ ବିର୍ଝିକରି କହେଲେ, ତତେ କେତେଥର କହେଲେ ଜାନ୍ବୁ ହରି ? ଘରେ ଦଶ୍ ବରଷ କାମ୍ କଲୁନ, ଯାନି ନାଇଁ ପାରୁଛୁ ? ଛୋଟ୍ ଛୋଟ୍ କଥାଥି ମତେ ଡ଼ିଷ୍ଟରବ କରୁଛୁଯେ’ । ଠିକ୍ ଅଛେ, ଡ଼କ୍ଟର ବାରିକ କେ ଫୋନ କର୍ ।
ଦୁଇପହର ଯାଇକରି ବେଲ୍ହଉ ହେଇଥିଲାନ’ । ଯତୀନ ସବୁ ମିଟିଂଗ୍ ଫାଇଲ୍ କେ ଗୁଟ୍ଗୁଟ୍ କରି ଚେକ୍ କଲେ । କେତେଟା ଚିଠି ଥି ଦସ୍ଖତ ଦେଲେ । କଫି କପେ ହାତେ ଧରିଥାନ । କାର୍ଖାନାର ଟେଲିଫୋନ ଅପରେଟର୍ ସୂଚନା ଦେଲେ, ଆପଣକଁର ଘରୁ ଫୋନ ଆସିଛେ ସାର୍, ଲାଇନ୍ଥି ରହୁନ । ଘରୁ ଡ଼କ୍ଟର ବାରିକ କହୁଥିଲେ, ଆପଣ ଜଲ୍ଦି ଘର୍କେ ଆସୁନ ସାର୍ ।
ଆପଣକଁର ବାପା ବହୁତ୍ ଦରଦ୍ ପାଉଛନ । ତାକର ଅବସ୍ଥା ଅତି ଖରାପ୍ ଆଏ । ଯତୀନ ଜୋର୍ ଦେଇକରି କହେଲେ, ଡକ୍ଟର ବାବୁ ! ଯାହା କର୍ବାର ଦରକାର, ଆପଣ ହିଁ କରୁନ । ମୋର ବଢେ଼ ମିଟିଂଗ୍ ଗୁଟେକେ ଯିବାରଟା ଆଗରୁ ଠିକ୍ ହେଇଯାଇଛେ । ଇହାଦେ ମୁଇଁ ଘର୍କେ ଯିବାର୍ଟା ମୁସ୍କିଲ୍ ଆଏ । ଆପଣ ବାପାକୁଁ ଦରଦ୍ ନାଇଁ ହେବାର ଲାଗି ଯାହା ସୁଜା ଦରକାର, ଦେଇଦଉନ ।
ବେଲ୍ ବୁଡ଼ିବସ୍ଲା । ଛ’ବଜେ ଦିନ୍ବେଲର ସିଫ୍ଟ୍ ଖତମ୍ ହେସି । କାରଖାନାର ବଡ଼ଭାଗୀ କରମ୍ଚାରୀ ଘର୍କେ ଫିରିଗଲେ । ଆଠ୍ ଦଶ୍ ଝନ ସିନିଅର ଅଫିସରକୁଁ ଛାଡ଼ିକରି । ତାଁକର ସାଂଗେ ଯତୀନ ମିଟିଂଗ୍ କେ ଯିବାର ଶେଷ ପ୍ରସ୍ତୁତି କରୁଥାନ । ଫେର୍ ଘାଏ ଡକ୍ଟର ଫୋନ୍ କଲେ । କହେଲେ, ସରି ସାର୍ ! ବାପାକୁଁ ଦରଦ୍ କମ୍ ହେବାର ସୁଜା ଦେଲେ ଭି କେନ୍ସି କାମ୍ ନାଇଁ ଦେବାର । ସେ ଆପଣକଁର ନାଁ କେ ଖାଲି ଘୁଷା ଲଗେଇଛନ । ଥରେ ହେଲେ ଆପଣ ଆଏତେ ବଏଲେ, ଉଷୋ କିଛି ହେଲେ କାମ୍ ଦେତା ।
ଡକ୍ଟର ବାରିକ ଉପ୍ରେ ଯତୀନ ଖୋବ୍ଟେ ବିର୍ଝିଲେ । ବଏଲେ, ଆପଣ ମୋର ପରିସ୍ଥିତିକେ କେଂତା ନାଇଁ ବୁଝବାର ଡକ୍ଟର? ଇହାଦେ ଯେନ ମିଟିଂଗ୍ କେ ମୁଇଁ ଯିମି, ସେନେ ଛ’ କୁଟି ଟଁକାର ଡ଼ିଲ୍ ଫାଇନାଲ ହେବା । ବୁଝଲେ ତ’? ଫେର୍ କହେଲେ, ଡାକ୍ତର ଆପଣଆନ୍ କି ମୁଇଁ ଆଏଁ ? ହରେକ୍ ମାସେ ଆପଣକୁଁ କାଏଁଯେ ମୁଟା ପାଉଣା ଦିଆହଉଛେ ? ବାପାକଁର ଲାଗି ଯାହା ଦରକାର, ସେଟା ଆପଣ ଏକା କରୁନ । ଇ’ ବୁଢ଼ାବୁଢ଼ି ମାନେ ଯେତେ ରଡ଼୍ଲେ, ସେତେ ସେବା ପାଏବେ ବଲି ଭାବ୍ସନ । ଫୋନ କେ ସାଏଁକିନା କାଟିଦେଇକରି ସୁଇଚ୍ ଅଫ୍ କରିଦେଲେ ଯତୀନ ।
ମିଟିଂଗ୍ ସାରିକରି ରାତି ଏଗାର ବଜେ ଯତୀନ ଘର୍କେ ଫିର୍ଲେ । ଘର ସାମ୍ନେ ବହୁତ ଗାଡ଼ିମଟର ଜମା ହେଇଥାଏ । ଭିତର୍କେ ପଶ୍ଲେ । ଦେଖ୍ଲେ ଯେ’ ବାପାକଁର ଦିହିଁ ଉପରେ, କେତେ ଖଁଡ଼ ନୂଆଁ କପଡ଼ା ଢ଼ପା ହେଇଛେ । ନାକେ ରୁଆ ଚୁଟା ହେଇଛେ ।
- ସ୍ୱାଧୀନପଡ଼ା, ଟିଟିଲାଗଡ଼
୯୪୩୭୪୨୯୪୮୯