oom

କବିତା : କିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ

jsmm
  • ଡ. ସନ୍ତୋଷ କୁମାର ରଥ

ମେର ଖୁଁଟା ପାଖେ ଜେ ଅଛ
ଚାଲୁଛ ସିନା କମ
ଭୁଗୁଛ ଜହ, କିଁଦରୁ ଥିବାର କସନ,
ଦାଇଁ ଜୁରା ହେଇଛେ ଆମର ଭାଗ୍ୟ
ଠେଲୁଛୁଁ.. ତୁଇ ମତେ ମୁଇଁ ତତେ
କିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ ।

‘ସପନର ଧୁର ପଡ଼ିଆନେ କଅଁଲି ଘାସ
ସମିଆର ଆର ଫାଲେ ସୁଖର ଜିବନ
ଫିକି ଦେ କୁହା ଜୁନହାଁ ଅତିତ
ଚାଲ ଚାଲ ଆଗ କେ ଆଗ କେ
ସବୁ ପାହା ତୋର ସୁଖର ଚେରେ
ଫୁର ଫୁର ଫୁର ଫୁର….. ।’

ଇ ଗିତ ସୁନି ନାଇଁ ଭୁଲ
ସବୁ ଗିତ ମନ ଭୁରତା
ସବୁ ଗିତ ପାଁଚେନ ବାଡ଼ିର ସାନ ଭାଏ
ଗିତ ସାଁଗେ ବାଡ଼ି, ବାଡ଼ିର ସାଁଗେ ଗିତ ।

ଝରି ଜିବା ଇ ଧାନ ନାଇଁ ସରି କିଁଦରା,
ସରି ଜିବା ଗିତ ସରି ଜିବା ବାଡ଼ି
ନାଇଁ ନାଇଁ ଇ ଧାନ ଏକା ହେବା ବିହନ
ଆର ଥରେ ଆର ଥରେ ଆର ଥରେ
ନୁଆଁ ଜିବନ ନୁଆଁ ଠାନେ ନୁଆଁ ମାଡେ଼ନ
କିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ । ।

jittmm
Leave A Reply

Your email address will not be published.