- ସାବିତ୍ରୀ ପୁରୋହିତ
ଦୁସ୍ରା କେନ୍ ନରକ୍
ମରନ୍ ଉତ୍ରୁ
ଦୁସ୍ରା କେନ୍ ନରକ୍ ଅଏତ୍କା
କଲା କରମର୍ ଫଲ୍ ଭୁଗ୍ତିର୍ ଲାଗି ।
ଇନେ ତ କଲ୍ ବଲ୍
ଡହକ୍ ବିକଲ୍…
ଅଠିପହର୍
ତତଲା ଲୁହାର୍ ଚେଁକାନ୍
ଦିହିଁ ନୁଁ ମନ୍ ତକ୍…
ମନ୍ ନୁଁ ଆତ୍ମା ତକ୍ ।
ସମିଆଁର୍ କର୍ହେଇ ଥି
ତେଲ୍ ଫୁଟୁଛେ ଟକୋମକୋ
ଭାଜି ଭୁଜି ବନେ କରି
ଖର୍ କରି ଦେବାର୍କେ
ଆଶା ଆଉ ସପନ୍ ମାନକୁଁ କାଲ୍ କାଲ୍
ଜବରଦସ୍ତି ଫାଶୀ ଖୁଁଟେ ଝୁଲେଇ ଦିଆହଉଛେ
ଚିନ୍ତା ଆଉ ଚେତନା ମାନକୁଁ ବାର୍ ବାର୍ ।
ଇହାଦେ’ ଆଉ
କାଣା ହଜାବାର୍ ଦୁଖ୍
କି ଲକ୍ ଠକେଇ କରି
କାଣା ପାଏବାର୍ ସୁଖ୍
ଯାହିିଁଁ ଦେଖଲେ ମହା ଶୂଇନ୍
ଛୁଛେ ଗୁଟେ ନାଟକ୍….
ଜନମ୍…ମରନ୍…
ଅକାରନେ ଆଏଁଖ୍ ତଲେ
ଅଷାଢ୍….ଶରାବନ୍ ।
ଜିଉଁତେ ଯେତକି ଦେଖଲିଁଁ…
କହନ’…
କାଣା ଅଲପ୍ ସଲପ୍ ଆଏ ଯେ
ଦୁସ୍ରା କେନ୍ ନରକ୍
ଦେଖମି ବଲ୍ସ’…
ମରନ୍ ଉତ୍ରୁ ??