om academy

ମମତା ବାନାର୍ଜୀଙ୍କୁ ଲାଗିଲା ବଡ ଝଟ୍‌କା

jsm

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ବଡ଼ ଝଟ୍‌କା ଲାଗିଛି । ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଥିବା ବେଳେ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ଇସ୍ତଫା ସଚିବାଳୟରେ ଦାଖଲ କରିଥିବା ଜଣାପଡ଼ିଛି । ଶୁଭେନ୍ଦୁ ପରିବହନ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ସେ ଏହି ଚର୍ଚ୍ଚାକୁ ଅସ୍ବୀକାର କରିଛନ୍ତି । ଶୁଭେନ୍ଦୁଙ୍କ ଇସ୍ତଫା ପରେ ଭାଜପା ଉପାଧ୍ୟକ୍ଷ ମୁକୁଲ ରାୟ କହିଛନ୍ତି ଯେ, ଯେଉଁ ଦିନ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେଦିନ ମୁଁ କହିଥିଲି ଯେ ସେ ଟିଏମସି ଛାଡିଲେ ଖୁସି ହେବେ ଏବଂ ଆମେ ତାଙ୍କୁ ସ୍ୱାଗତ କରିବୁ । ଆଜି ସେ ପଶ୍ଚିମବଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଏବଂ ମୁଁ ତାଙ୍କ ନିଷ୍ପତ୍ତିକୁ ‌ସ୍ୱାଗତ କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.