om academy

ଜିଲ୍ଲା ଯାଦବ ଭବନ ନୂତନ ସଭାଗୃହ ଉଦ୍‌ଘାଟିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ନୂତନ ସଭାଗୃହ ସ୍ଥାନୀୟ ଯାଦବ ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ଭାବେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ ଆନୁଷ୍ଠାନିକ ଭାବେ ନବନିର୍ମିତ ସଭାଗୃହକୁ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ଯାଦବ ସମାଜର ସଭାପତି ପରମାନନ୍ଦ ହାତୀ, ବରିଷ୍ଠ ଉପଦେଷ୍ଟା ସତ୍ୟନାରାୟଣ ବାଗ ମଂଚାସୀନ ହୋଇଥିବା ବେଳେ ବିରେନ୍ଦ୍ର ବନ୍‌ଛୋର ମଂଚ ପରି·ଳନା କରିଥିଲେ । ଦୁଇମହଲା ବିଶିଷ୍ଟ ସଭାଗୃହ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ କହିଛନ୍ତି ଯେ, ଜିଲ୍ଲାର ଯାଦବ ସମାଜ ବଲାଙ୍ଗିର ଜିଲ୍ଲା ବିକାଶ ପାଇଁ ଅତୀତରେ ଅନେକ କାର୍ଯ୍ୟ ହାତକୁ ନେଇଛି । ପାଟଣା ରାଜ୍ୟ ସମୟରୁ ଏହି ସମାଜ ସହ ରାଜ ପରିବାର ସହ ଅତି ଘନିଷ୍ଠ ସମ୍ପର୍କ, ଶାସନ ସମୟରେ ପ୍ରମୁଖ ଭୂମିକା ନେଉଥିଲେ । ବର୍ତ୍ତମାନ ବଲାଙ୍ଗିର ଜିଲା ତଥା ରାଜ୍ୟ ରାଜନୀତିରେ ଯାଦବମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ତେଣୁ ଯାଦବଙ୍କ ବିନା ରାଜନୀତି ସମ୍ଭବ ନୁହେଁ । ଜିଲ୍ଳାର ଯାଦବ ସମାଜ ମୋର ଅଜା ସ୍ୱର୍ଗତ ପାଟଣା ମାହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଆକୁଣ୍ଠ ସମର୍ଥନ ପ୍ରଦାନ କରୁଥିଲେ । ଏଥିପାଇଁ ଜିଲ୍ଲା ଯାଦବ ସମାଜକୁ ଧନ୍ୟବାଦ ଅର୍ପଣ କରୁଛି । ଆଜିର ଏହି ଶୁଭ ଅବସରରେ ଆପଣମାନଙ୍କ ସର୍ବାଙ୍ଗୀନ ବିକାଶ ହେଉ । ଶିକ୍ଷାକୁ ଆହୁରି ଅଧିକ ଧ୍ୟାନ ଦିଆଯାଉ । ଆଗାମୀ ଦିନରେ ଏହି ସଂଗଠନକୁ ସୁଦୃଢ଼ କରିବା ପାଇଁ ମୋର ସମର୍ଥନ ସବୁବେଳେ ରହିଛି ବୋଲି କହିଥିଲେ ।

ଶେଷରେ ଯୁବ ଯାଦବ ସଙ୍ଗଠକ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ପୂଜା କର୍ତ୍ତା ଭାବେ ଦୁର୍ବାଦଳ ମହାକୁର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ମହାକୁର ଦାୟିତ୍ୱ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରକ୍ଷିତ ଜୁଏଡ, ମହେନ୍ଦ୍ର ବାଗ, ଧୃବ ଜୁଏଡ, ଭଗବାନ ବଗର୍ତ୍ତୀ, ବାଗଦଲ ମହାକୁର, ଦୂତିବାହନ ଚନ୍ଦନ, ବନମାଳୀ ବାଗ, ରଥୀଚନ୍ଦ୍ର ଭୋଇ, ଧୀରୁ ବନଛୋର, ଦମୟନ୍ତୀ ବାଗ, ବିନୋଦ କାଲସାଏ, ଜୟଦେବ ଜାଲ, ଡମନ ବଗର୍ତ୍ତୀ, ବରୁଣ କୁମାର ହେନା, ଆକୁଳ ରାଉତ, ଖରତ କୁମାର ରାଉତ, ପ୍ରଦୀପ ସେଲମା, ଅଷ୍ଟମୀ ବଗର୍ତ୍ତୀ, ବାସୁଦେବ ନାଗ, ଆକୁଳ ବଗର୍ତ୍ତୀ, ନୂତନ ସେଠ, ଗୁଲୁ ବେହେରା, ବିଭୂତି ଭୂଷଣ ମିଶ୍ର, ଅସରତ ଅଲ୍ଲୀ ଖାଁ, ରାଜୀବ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବଲାଙ୍ଗିର ଜିଲା ଯାଦବ ସମାଜର ନେତୃବୃନ୍ଦ ତଥା ବିଜେଡିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.