ମିସେସ ନୟନତାରା ୨୦୨୩ର ବିଜୟିନୀ ହେଲେ ସସ୍ମିତା ଜେନା

ରାଉରକେଲା, (ସସ୍ମିତା ପ୍ରଧାନ) : ଖୋର୍ଦ୍ଧାର ଗୁରୁକୁଳ ରିସୋର୍ଟରେ ମିସେସ ନୟନତାରା ୨୦୨୩ ପ୍ରତିଯୋଗିତାରେ ରାଉରକେଲାର ଝିଅ ତଥା ରାଉରକେଲା କଲେଜର ଅଧ୍ୟାପିକା ସସ୍ମିତା ଜେନା ବିଜୟିନୀ ହୋଇ ନିଜର ତଥା ସହରର ଗର୍ବ ବଢାଇଛନ୍ତି । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଦୁଇଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଅଧ୍ୟାପିକା ଶ୍ରୀମତୀ ଜେନା ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ବୁଦ୍ଧିମତା ବଳରେ ସେମି ଫାଇନାଲ ରାଉଣ୍ଡରେ ଶ୍ରେଷ୍ଠ ୧୫ଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ । ଶେଷରେ ଫାଇନାଲ ରାଉଣ୍ଡରେ ସେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ ଇଣ୍ଡିଆ ନୟନତାରା ୨୦୨୩ର ମୁକୁଟ ଲାଭ କରିବା ସହ ଲକ୍ଷାଧିକ ଟଙ୍କାର ପୁରସ୍କାର ଜିତିଥିଲେ । ଏହି କାର୍ଯ୍ୟକ୍ରମରେ କଲିକତାରେ ଅବସ୍ଥାପିତ ଚାଇନାର ରାଷ୍ଟ୍ରଦୂତ ଝା ଲିଉ ମୁଖ୍ୟଅତିଥି ଓ ନୟନତାରାର ପ୍ରତିଷ୍ଠାତା ଶାସ୍ୱତ ଯୋଶୀ, ଓଡିଶୀ ନୃତ୍ୟଶିଳ୍ପୀ ଅମ୍ରିତା ଦାସ ଓ ସମାଜସେବୀ ପ୍ରୀୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଫଳତା ପରେ ତାଙ୍କୁ ବହୁ ଅଧ୍ୟାପକ, ଅଧ୍ୟାପିକା, ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଗଣ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.