ଏନ୍‌ଏସ୍ଏସ୍ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟ ଠାରେ ସୋନପୁର ଜାତୀୟ ସେବା ଯୋଜନା ଯୁଗ୍ମ ଶାଖା ଆନୁକୂଲ୍ୟରେ ନୂତନ ସ୍ୱେଚ୍ଛାସେବୀ ମାନଙ୍କର ଏକ ପ୍ରବେଶ ତଥା ଅଭିମୁଖୀକରଣ ଉତ୍ସବ ଅଧ୍ୟକ୍ଷ ରାଧାକାନ୍ତ ନାଏକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଅଯୋଜନ ତଥା ସଭାର ସଂଯୋଜନା ଦାୟିତ୍ୱ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଧୀରେନ୍ଦ୍ର କୁମାର ମିଶ୍ର ତୁଳାଇବା ସହିତ ଅତିଥି ମାନଙ୍କୁ ସ୍ୱାଗତ କରି ସେବା ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ତଥା ପୂର୍ବତନ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇ ଆଜିର ସ୍ୱାର୍ଥପର ଦୁନିଆରେ ଶିକ୍ଷିତ ଯୁବକ ମାନଙ୍କ ମଧ୍ୟରେ ସେବା ମନୋବୃତ୍ତି ସୃଷ୍ଟି କରିବାରେ ଏନ୍‌ଏସ୍‌ଏସ୍‌ କିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ତାର ବ୍ୟାଖ୍ୟାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୦ ଜଣରୁ ଅଧିକ ସ୍ୱେଚ୍ଛାସେବୀ ଯୋଗଦେଇଥିବା ବେଳେ ଶେଷରେ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ରାଜୁ ଓରାମ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.