ସାପ୍ତାହିକ ଖବର କାଗଜ ‘ସଠିକ୍‌ ଖବର’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାପ୍ତାହିକ ଖବର କାଗଜ ‘ସଠିକ୍‌ ଖବର’ ସ୍ଥାନୀୟ ବିକ୍ରମ ଛକ ସ୍ଥିତ ଗାନ୍ଧୀ ପାଠାଗାରରେ ନିରାଡ଼ମ୍ବର ଭାବେ ଉନ୍ମୋଚିତ ହୋଇଯାଇଛି । ସଂପାଦକ ଜୟଶଙ୍କର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରେସ୍‌ କ୍ଲବ୍‌ର ସଭାପତି ଅରୁଣ ମିଶ୍ର, ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ପ୍ରେରଣାର ସଂପାଦକ ରଘୁନନ୍ଦନ ସିଂ । ସଭାରେ ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.