oom

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦ୍‌ଘାଟିତ

jsmm
  • ଆଗାମୀ ଦିନରେ ଜିଲ୍ଲାର କୌଣସି ତନ୍ତ କଂକ୍ରିଟ କରଣ ବିନା ରହିବ ନାହିଁ – ଜିଲ୍ଲପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଦ୍ୱାରା ଓର୍‌ମାସ୍‌ ତାଲିମ କେନ୍ଦ୍ର, ସୋନପୁରଠାରେ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ତାଲିମ ଶିବିର ୪୫ ଦିନ ଧରି ଚାଲିବ । ଏହି ପ୍ରାକୃତିକ ରଙ୍ଗ ତାଲିମ ପାଇଁ ୨୦ ଜଣ ହିତାଧିକାରୀଙ୍କୁ ପୂର୍ବରୁ ଚୟନ କରାଯାଇଥିଲା । ଶିବିରର ମୂଳ ଲକ୍ଷ୍ୟ ଓ ଉଦେଶ୍ୟକୁ ସାକାର କରିବାକୁ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯେପରି ସୁନିଶ୍ଚିତ କରିବେ ତତ୍‌ସହ ଗ୍ରାହକମାନଙ୍କୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ଉପଯୋଗୀ ଲୁଗା ଯୋଗାଇଦେବା ସହ ହିତାଧିକାରୀ ଯେମିତି ସଠିକ ଭାବରେ ତାଲିମ ପାଇପାରିବେ ସେ ଉପରେ ଜିଲ୍ଲପାଳ ଗୁରୁତ୍ୱାରୋପ କରିଛନ୍ତି । ପୁନଶ୍ଚ ଆଗାମୀ ଦିନରେ ଜିଲ୍ଲାରେ କୌଣସି ତନ୍ତ ଯେପରି ବିନା କଂକ୍ରିଟରେ ନ ରହିବ ତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀମତୀ ନରୱଣେ । ଜିଲ୍ଲାରେ ପ୍ରଥମେ ୨୦ ଗୋଟି ତନ୍ତରେ ପ୍ରାକୃତିକ ରଙ୍ଗରେ ରଂଗାୟିତ ଲୁଗା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଓ ପରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ତନ୍ତ ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚିତ କରିଛନ୍ତି । ଓଡିଶା ବୟନ ଶିଳ୍ପ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ଗନ୍ତାୟତ, ଉପନିର୍ଦେଶକ ବୟନ ଶିଳ୍ପ, କେବିକେ ଡିଭିଜନ, କୋରାପୁଟ, ଶିଶିର କୁମାର ନାଗ, ଉପନିର୍ଦେଶକ ତଥା ମ୍ୟାନେଜିଙ୍ଗ ଡାଇରେକ୍ଟର ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ଼, ଶାନ୍ତନୁ କୁମାର ମେହେର, ଉପନିର୍ଦେଶକ, ବୟନ ଶିଳ୍ପ ସୋନପୁର, ଯୁବରାଜ ସାହୁ, ଜିଲ୍ଲା ଓରମାସ ଅଧିକାରୀ ସୋନପୁର, ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ ବରଗଡ଼, ସଂପୂର୍ଣ୍ଣା ନନ୍ଦ ପ୍ରଧାନ, ସମ୍ପାଦକ, ସମ୍ବଲପୁରୀ ବସ୍ତ୍ରାଳୟ ବରଗଡ଼ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.