୨୬ତମ ଇଉଫୋରିଆ-୨୫ ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୬ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି । ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଉଫୋରିଆ-୨୦୨୫ ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଅଧ୍ୟକ୍ଷ ଅସିତ କୁମାର ଗିରିଙ୍କ ପୌରୋହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ବିଭୁ ପ୍ରସାଦ ଦାସ, ଶାନ୍ତନୁ କୁମାର ସିଂହ, ସୁତନୁ ରୁପ, ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ୨୨ଗୋଟି ଶିକ୍ଷାନୁଷ୍ଠାନ ମାନଙ୍କରୁ ୨୩୭ ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ସମ୍ପାଦକ ସତ୍ୟ ସ୍ୱରୂପ ଦାଶ ପ୍ରକାଶ କରିଛନ୍ତି । ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ ଦିନ ଧରି ଏହି ମହୋତ୍ସବରେ ୧୭ଟି ଏକକ ଓ ୭ଟି ଦଳଗତ ପ୍ରତିଯୋଗିତା ହେବା ସହ ମିଷ୍ଟର ଓ ମିସ ଉଫୋରିଆ ପ୍ରତିଯୋଗିତା ହେବାର ସ୍ଥିର ହୋଇଛି ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ କୁମାର ବେହେରା ଜଣାଇଛନ୍ତି । ଉପସଭାପତି ଅଂକୁର ଖୁରାନାଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ସଭାପତି ତାପସ ପାଢ଼ୀଙ୍କ ତତ୍ୱାବଧାନରେ ଚାଲୁ ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ଶିବ ନାରାୟଣ ମିଶ୍ର, ମହେଶ ସାହୁ, ଜୟସ ପାତ୍ର, ଧନଜୟ ସାହୁ, ଲିଜାରାଣୀ ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.