ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଙ୍କୁ ବେଣ୍ଡବାଜା ସହ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଂଚରେ ଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସଂଗୀତ ଓ ଦୀପ ପ୍ରଜ୍ଜଳନ ଶ୍ଲୋକ ପଠନ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରେ ସଭାର ସଭାପତି ଶ୍ରୀ ଉଦ୍‌ଗାତା ସ୍ୱାଗତ ବକ୍ତବ୍ୟ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ମୁଖ୍ୟବକ୍ତା ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସି.ଭୋଇ, ସମ୍ମାନିତ ଅତିଥି ରାଜନୀତି ବିଜ୍ଞାନ ଅଧ୍ୟାପକ ଏସ.କେ. ବିଶ୍ୱାଲ, ନୋଡାଲ ଅଫିସର ଓଡିଆ ଅଧ୍ୟାପକ ଡି. ପଟେଲ ଓ ସଭା ସଂଯୋଜକ ଇଂରାଜୀ ଅଧ୍ୟାପକ ଏଚ.ଏସ୍‌.ସ୍ୱାଇଁ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ନବୀନ ସରକାର ଦେଇଥିବା ପ୍ରୋତ୍ସାହନ ରାଶି ଛାତ୍ର ଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ । ନବୀନ ଓଡିଶାକୁ ଭୁୟସି ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ । ବକ୍ତା ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟର ପୂର୍ବ ସ୍ରଷ୍ଠାମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଛାତ୍ରମାନଙ୍କୁ ବିଶ୍ୱ ନିୟନ୍ତା ହେବା ପାଇଁ ସୁନ୍ଦର ଭାବରେ ଉତ୍ସାହିତ କରି କ୍ରୀଡା, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଆଂଚଳିକ ଦୃଷ୍ଟାନ୍ତ ଦେଇଥିଲେ । ଖେଳ ଶିକ୍ଷକ ଏ.କେ.ଭଞ୍ଜଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଓ ସଭାପତି ପତାକା ଉତ୍ତୋଳନ, ଶପଥ ପାଠ, ମଶାଲ ଯାତ୍ରା କରି କ୍ରୀଡାର ଶୁଭାରମ୍ଭ କରିଥିଲେ । ସଭା ଶେଷରେ ନୋଡାଲ ଅଫିସର ଧନ୍ୟବାଦ ଜ୍ଞାପନ ପୂର୍ବକ ଖେଳ ଶିକ୍ଷକ ମିତ୍ରଭାନୁ ବିଶ୍ୱାଲ, କର୍ମଚାରୀ ନନ୍ଦି କର୍ମୀ, ପିତାମ୍ବର କର୍ମୀ, ଗଣ୍ଡାରାମ ପାଣିଗ୍ରାହୀ, ସାଗିରି ପାତ୍ର, ଛନ୍ଦା ଡାଙ୍ଗ, ହାଡୁ ପଧାନ, ମନୋଜ ବେହେରା, ଛାତ୍ର ପ୍ରତିନିଧି ସୁମନ୍ତ, ରାଜିବ, ଜଗନ୍ନାଥ, ଅନିକେଶ, ଗୌରୀ, ଶ୍ରଦ୍ଧାଞ୍ଜଳି, ମୀନତି, ଅପରାଜିତା, ଚିନ୍ମୟୀ, ଅଙ୍କିତା, ରୋହିଣୀ, ସତ୍ୟସିନୀ, ରସନା, ଡୋଲେଶ୍ୱରୀ, ଅପର୍ଣ୍ଣା, ରଶ୍ମିତା, ଅର୍ଚ୍ଚିତା, ଅଙ୍କିତା, ପ୍ରିୟଙ୍କା, କାଲିଭଣା ଓ ଜାମଗାଁର ବୁଦ୍ଧିଜୀବୀ, ଯୁବ ସମାଜ, ମିଡିଆ କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀମାନଙ୍କ ସାହାଯ୍ୟ, ସହଯୋଗରେ ଉଦ୍‌ଘାଟନ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!