ଟିଭି ପରଦାରେ ପାଲା ଗାୟକ ‌ଦ୍ୱୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ପୁରପଲ୍ଲୀରେ ପାଳା ପରିବେଷଣ କରି ଭକ୍ତ ମେହେର ଏବଂ ସତ୍ୟଭୂଷଣ ସାହା ବରଗଡ ଜିଲ୍ଲାରେ ବେଶ୍ ପରିଚିତ ଥିବାବେଳେ ଆଜି ଉଭୟ‌ଙ୍କ ଗାୟକଙ୍କର ସ୍ୱପ୍ନ ସତ ହୋଇଛି । ଟିଭି ପରଦାରେ ଆସିବୁ ବୋଲି ବହୁ ସ୍ୱପ୍ନ ଦେଖିଥିଲେ । ପଲ୍ଲୀଗ୍ରାମ ଖଇରପାଲି(ଗୁଠୁର୍ଲା)ରେ ଗାୟକ ଭକ୍ତ ମେହେରଙ୍କର ବାସ ସ୍ଥାନ ଥିବାବେଳେ ସତ୍ୟଭୂଷଣଙ୍କର ଘର ଡଙ୍ଗାଛଚାରେ ଅବସ୍ଥିତ । ଓଡିଶାର ଜନପ୍ରିୟ ଆଧ୍ୟତ୍ମିକ ଚ୍ୟାନେଲ ପ୍ରାର୍ଥନାରେ ବାଦୀ ପାଳା କାର୍ୟ୍ୟକ୍ରମରେ ଅଶଂଗ୍ରହଣ କରିଥିଲେ ଏହି ଦୁଇଜଣ ଗାୟକ ଏବଂ ତାଙ୍କ ସାଥି ମାନେ । ଏହି କଳାକାର ମାନଙ୍କୁ ଟିଭି ପରଦାରେ ଦେଖି ଗ୍ରାମର ଲୋକେ ବହୁତ୍ ଖୁସି ହୋଇ ଭକ୍ତ ଏବଂ ସତ୍ୟଙ୍କୁ ଶୁଭେଚ୍ଛା ଜଣେଇଥିବା ଦେଖିବାକୁ ମିଲିଛି ।

Leave A Reply

Your email address will not be published.