
ଟିଟିଲାଗଡ, (ଗୌରବ ଦର୍ଜୀ) : ଟ୍ରେନ୍ ଲୁଟେରାକୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର-ପୁରୀ ସୂପରଫାଷ୍ଟ ଟ୍ରେନରେ ଜଣେ ମହିଳା ତାଙ୍କ ବାପା-ମା ଓ ଛୁଆ ସହ ମାର୍ଚ୍ଚ ୨୪ ତାରିଖରେ ସୁରଟରୁ ଭୁବନେଶ୍ୱର ଯାଉଥିବା ସମୟରେ ଖରିଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ ଜଣେ ଚୋର ତାଙ୍କ ଧରିଥିବା ଭ୍ୟାନିଟି ବ୍ୟାଗକୁ ଲୁଟି ନେଇ ଫେରାର ମାରିଥିଲା । ମହିଳା ଜଣକ ଗୁଜରାଟର ଦୀପ୍ତି ଗାନ୍ଧୀ ବୋଲି ଜଣାପଡିଥିଲା । ମହିଳା ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିବା ପରେ ଜିଆରପି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୬ରେ ମହିଳାଙ୍କ ମାମଲା ରୁଜ୍ଜୁ ହେବା ପରେ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରରୁ ଟିଟିଲାଗଡ ଜିଆରପିକୁ ମାମଲା ସ୍ଥାନାନ୍ତର କରାଯାଇଥିଲା । ଟିଟିଲାଗଡ ଆରପିଏଫର ସ୍ପେସିଆଲ ଟାସ୍କ ଫୋର୍ସ ଓ କଣ୍ଟାବାଞ୍ଜି ଜିଆରପି ପୋଲିସର ମିଳିତ ଛାନଭିନରେ ଅଜ୍ଞାତ ଚୋର ଟି ମହାସମୁନ୍ଦର ସୌରଭ ବୁରାଣ୍ଡି ବୋଲି ଜଣା ପଡ଼ିବା ପରେ ଟିଟିଲାଗଡ ଆରପିଏଫର ସ୍ପେସିଆଲ ଟାସ୍କ ଟିମର ଉପ ନିରୀକ୍ଷକ ଏମ.କେ ସାହୁ, ଆରକ୍ଷକ ଏସ ବିସବାଳ, ଆରକ୍ଷକ ଶମ୍ଭୁ ସାହୁ, ଆରକ୍ଷକ ସତିଶ କୁମାର, କଣ୍ଟାବାଞ୍ଜି ଜିଆରପି ପୋଲିସ ଏସ ଆଇ ମୋହନ ନାଏକ ଓ ତାଙ୍କ ସାଥୀଙ୍କ ମିଳିତ ଉଦ୍ୟମରେ ଏପ୍ରିଲ ୨ ତାରିଖ ଦିନ ମହାସମୁନ୍ଦ ଜିଲ୍ଲା ନୟାପଡ଼ାରେ ରେଡ୍ କରି ଆରୋପି ସୌରଭ ବୁରାଣ୍ଡୀକୁ ଆରେଷ୍ଟ କରିବା ସହ ଚୋରି ହୋଇଥିବା ଦୁଇଟି ମୋବାଇଲ, ନଅ ହଜାର ଟଙ୍କା, ସୁନା ଗହଣା, ତିନୋଟି ଏଟିଏମ କାର୍ଡ ଜବତ କରିଛନ୍ତି । ସୌରଭକୁ ଏପ୍ରିଲ ୩ ତାରିଖରେ କୋର୍ଟ ଚାଲାଣ କରିଛି ଟିଟିଲାଗଡ ଜିଆରପି ପୋଲିସ ।
