ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ୍‌ଆଇ

ବାରିପଦା : ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ବାରିପଦା ଭିଜିଲାନ୍ସ ବିଭାଗ । ବାରିପଦା ଭିଜିଲାନ୍ସ ଆଡିସନାଲ ଏସ୍‌ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଏଏସ୍‌ଆଇଙ୍କୁ ଧରିଥିବା ଜଣାପଡିଛି । ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ପାଇଁ ଏଏସ୍‌ଆଇ ଲାଞ୍ଚ ନେଉଥିଲେ । ସୂଚନା ଅନୁସାରେ ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ କକା ଓ ଖୁଡି ତାଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମିଥ୍ୟା ମାମଲା ଅଭିଯୋଗ କରିଥିଲେ । ଦୀର୍ଘ କେତେ ମାସ ପରେ ହଠାତ ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଶୁଭ୍ରାଂଶୁଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ମାଗିଥିଲେ । ପରେ ଶୁଭ୍ରାଂଶୁ ଭିଜିଲାନ୍ସକୁ ଖବର ଦେଇ ଏଏସ୍‌ଆଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଏଏସ୍‌ଆଇ ରାମଚନ୍ଦ୍ର ସୋରେନଙ୍କୁ ଧରିଥିବା ଜଣାପଡିଛି । ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.