jsm

ପୁରେନା ଗ୍ରାମରେ ଡାଲି ଜାତୀୟ ଫସଲକୁ ନେଇ ଚାଷୀ ତାଲିମ ଶିବିର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡିଭିଜନ ପାଇକମାଲ ବ୍ଲକ୍ ପୁରେନା (ଖପୁରିଡିହୀ) କଲ୍ୟାଣ ମଣ୍ଡପ ଠାରେ ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଓପିକିରା ଓ ଆଇକାର୍ଡଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚାଷୀ ତାଲିମ ଶିବିରରେ ପୁରେନା, ବାଦିବାହାଲ ଓ ଭୂଇଁଖାର ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ । ଚାଷୀମାନେ ମୁଖ୍ୟତଃ ଡାଲି ଜାତୀୟ ଫସଲ ମୁଗ, ବିରି, ହରଡ଼, ଚଣା ଆଦି ଫସଲ ଚାଷ କରି କିପରି ଲାଭାନ୍ୱିତ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା କରାଯାଇଥିଲା । ଏପରିକି କମ୍‌ ପାଣିରେ କିପରି ଚାଷୀ ଉତ୍ପାଦନକ୍ଷମ ଚାଷ କରିପାରିବ ଓ ଠିକ୍ ରୂପେ ଲାଭ ପାଇ ପାରିବ ସେ ଉପରେ ଆଲୋଚନା କରାଯାଇଥିଲା । ଡାଲି ଜାତୀୟ ଫସଲ ଅମଳ ଉପରେ ଗୁରୁତ୍ୱ ପ୍ରଦାନ କରି ଡାଲି ଜାତୀୟ ମଞ୍ଜି ପ୍ରଦାନ କରାଯାଉଥିବାରୁ ଏହାକୁ ଠିକ୍ ଭାବରେ ଚାଷ କରିବାକୁ ଆସିଥିବା ପଦାଧିକାରୀ ମାନେ ଚାଷୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଶିବିରରେ କୃଷକ ସାଥୀ ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଗ୍ରାମ୍ୟ କୃଷି ଅଧିକାରୀ ଗୁଗନ୍ତ ଛତ୍ରିଆ ସମେତ ଆଇକାର୍ଡ ତଥା ଓପିକିରାର ସିଓ ପ୍ରିତମ କୁମାର ସାହୁ, ପିଜିଏଫ୍ ସୁଜାତା ଧରୁଆ, ଅଙ୍କିତା ନମଦେଓ, ଧର୍ମ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବାରୁ କୃଷକ ସାଥୀ ଦୁର୍ଯ୍ୟୋଧନ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.