oom

ଠିକ୍ ସମୟରେ ଜାତି ସାର୍ଟିଫିକେଟ ନମିଳିବାରୁ ତହସିଲ ଘେରିଲେ ଗାଁ ଲୋକେ

jsmm
  • ଚାକିରିରୁ ବଞ୍ଚିତ ହେଲେ ଯୁବକ, ମହିଳା ଧରିଲେ ଅତିରିକ୍ତ ତହସିଲଦାରଙ୍କ ସାର୍ଟର କଲର

ଦେଓଗାଁ, (ମନୀଷ କୁମାର ସାହୁ) : ସାର୍ଟିଫିକେଟ ଆବେଦନ କରିଥିଲେ ମଧ୍ୟ ତହସିଲ ପକ୍ଷରୁ ଠିକ ଭାବରେ ସାର୍ଟିଫିକେଟ ମିଳୁ ନଥିବାର ଅଭିଯୋଗ ହେଉଛି । ଯାହାଫଳରେ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା ଅତିରିକ୍ତ ତହସିଲଦାର ସୋମକେଶ ନାୟକଙ୍କୁ ଅଫିସ ଭିତରେ କଲର ଧରି ଟଣାଓଟରା କରିବା ପରେ ଉପସ୍ଥିତ ଥିବା କର୍ମଚାରୀମାନେ ଛଡ଼ାଇ ଥିବା ଦେଖିବାକୁ ମିଳିଥିଲା । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଞ୍ଚଳରେ । ସୂଚନା ଯୋଗ୍ୟ ଯେ, ଦେଓଗାଁ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ସତିଘାଟ ଗାଁର ଅରସପି ମେହେରଙ୍କ ପୁଅ ବିକାଶ ମେହେର ଜାତି ଗତ ପ୍ରମାଣ ପତ୍ର ପାଇବା ପାଇଁ ରାମଚନ୍ଦ୍ରପୁର ଆର୍‌ଆଇଙ୍କ ଜରିଆରେ ଦେଓଗାଁ ତହସିଲଦାରଙ୍କ ଠାରେ ଆବେଦନ କରିଥିଲେ । କିନ୍ତୁ ଆବେଦନର ୨ ମାସ ପରେ ମଧ୍ୟ ସାର୍ଟିଫିକେଟ ନ ମିଳିବାରୁ ସେ ସିଆର୍‌ପିଏଫ୍‌ ଚାକିରିରେ ଯୋଗ ଦେବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅନୁଗତ ଯେ, ୨୦ ବର୍ଷ ତଳେ ବାପା ଆର ପାରିକୁ ଚାଲିଗଲା ପରେ ପୁଅ ଝିଅକୁ ଭଲ ମଣିଷ କରିବାର ସ୍ୱପ୍ନ ଦେଖିଥିଲେ ବିକାଶଙ୍କ ମା । ପୁଅ ୨୪ ବର୍ଷର ହେବା ପରେ ପାଠପଢି ଚାକିରୀ ପାଇଁ ଦୌଡୁଛନ୍ତି । ସିଆର୍‌ପିଏଫ୍‌ ଚାକିରି ପାଇବା ପାଇଁ ଯୋଗ୍ୟ ମଧ୍ୟ ହେଲେ କିନ୍ତୁ ଜାତିଗତ ପ୍ରମାଣପତ୍ର ତହସିଲର ପକ୍ଷରୁ ଠିକ ସମୟରେ ନ ମିଳିବାରୁ ଚାକିରି ପାଇବାରୁ ବଞ୍ଚିତ ହେଲେ ବିକାଶ । ଯାହାଫଳରେ ଗାଁରେ ବସବାସ କରି ରହୁଥିବା କୁଳି ସମ୍ପ୍ରଦାୟର ମହିଳା ପୁରୁଷ ତହସିଲ ଅଫିସ ଘେରାଉ କରି ଅଫିସ ଭିତରେ ଧାରଣାରେ ବସିଥିଲେ ଏବଂ ଜିଲ୍ଲାର ଅନ୍ୟ ତହସିଲରେ କୁଳି ଜାତିକୁ ସାର୍ଟିଫିକେଟ ମିଳୁଥିବା ବେଳେ ଦେଓଗାଁ ତହସିଲରେ କାହିଁକି ମିଳୁନାହିଁ ବୋଲି ଲୋକେ ନାରାବାଜି କରିଥିଲେ । ସାର୍ଟିଫିକେଟ ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି କହିବା ସହ ହକ୍‌ ପାଇଁ ଜୀବନ ଦେବୁ ବୋଲି ଗାଁ ଲୋକେ କହିଛନ୍ତି । ଘଟଣାସ୍ଥଳରେ ଦେଓଗାଁ ପୁଲିସ ଉପସ୍ଥିତ ରହି ଅସନ୍ତୋଷ ଥିବା ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.