oom

ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ମୃତ

jsmm

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଗୋଡଭଙ୍ଗା ଘାଟିରେ ଇର୍ଟିଗା କାରକୁ ଧକ୍କା ଦେଇ ଚମ୍ପଟ ମାରିଲା ଗ୍ୟାସ ସିଲିଣ୍ଡର ଟାଙ୍କି ବୋଝେଇ ଟ୍ରକ । ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡା ଗ୍ରାମର ଜ୍ୟୋସ୍ନାରାଣୀ ମହାପାତ୍ର(୬୨)ପୁଅ ରବିନାରାୟଣ ମହାପାତ୍ର( ୩୦) ନାତୁଣୀ ସସ୍ମିତା ମିଶ୍ର( ୨୩) ବୋହୂ ମନୋସ୍ୱିନୀ ଦାଶ(୨୬) ଝିଅ ବିଶ୍ଵଵିଜୟିନି ଦାଶ ଏକ ଇର୍ଟିଗା କାର ଯୋଗେ ଶାଳପଡାରୁ ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ଗ୍ରାମର ବୈଦ୍ୟଙ୍କ ନିକଟରୁ ଆୟୁର୍ବେଦ ଔଷଧ ଆଣିବାକୁ ଆସୁଥିଲେ । ଗୋଡଭଙ୍ଗା ଘାଟିରେ ଆସୁଥିବା ବେଳେ ହଠାତ ଠାକୁରମୁଣ୍ଡା ପଟରୁ ଯାଉଥିବା ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା । ଗାଡି ଧକ୍କାରେ ଘଟଣାସ୍ଥଳରେ ଜ୍ୟୋସ୍ନାରାଣୀ ମହାପାତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ସସ୍ମିତା ମିଶ୍ରଙ୍କର କାନ୍ଧ ହାଡ଼ ଭାଙ୍ଗିଥିବାବେଳେ ରବିନାରାୟଣଙ୍କର ଛାତି ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ଖବରପାଇ ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ଓ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସମସ୍ତଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ପତ୍ତା ମିଳିନାହିଁ ।

jittmm
Leave A Reply

Your email address will not be published.