mahavir

ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । କର୍ମଚାରୀମାନେ ଦୀର୍ଘ ସମୟ ହେବ ଅବସର ନେଇ ସାରିଥିବା ସତ୍ୱେ ସେମାନଙ୍କୁ ଅବସରକାଳୀନ ସୁବିଧା ମିଳୁ ନ ଥିବା ସଂଘ ଅଭିଯୋଗ କରିଛି । ଆହୁରି ଅବସରପ୍ରାପ୍ତ କର୍ମଚାରୀମାଙ୍କୁ ଟଙ୍କା, ଚାକିରୀ ସମ୍ବନ୍ଧୀୟ କୌଣସି କାଗଜ ପତ୍ର ମଧ୍ୟ ଦିଆଯାଉ ନାହିଁ । ଏ ଭିତରେ ୪ ଜଣ କର୍ମଚାରୀ ଜୀବନ ହାରିଥିବା ବେଳେ ତାଙ୍କର ପରିବାର ବର୍ଗ ମଧ୍ୟ ସୁବିଧା ସୁଯୋଗରୁ ବଂଚିତ ହୋଇଛନ୍ତି । ଯଦି ବ୍ୟାଙ୍କ ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ତୁରନ୍ତ ତାଙ୍କର ଏସିପି, ଆରଏସଇପି ଓ ହାଇଅର ପେନସନ ଦିଆ ନଯାଏ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.