
ଫୁଲବାଣୀ/ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ଟାବ୍ଲେଟ୍ ପିସି ବଣ୍ଟନ କରାଯାଇଛି । ଗୋଷ୍ଠୀଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ସବିତା ପାଣିଗ୍ରାହୀଙ୍କ ଉପସ୍ଥିତିରେ ଟାବ୍ଲେଟ୍ ପିସି ପ୍ରଦାନ କରାଯାଇଥିବା ବେଳେ ଟାବ୍ଲେଟ୍ ଦ୍ୱାରା ବିଦ୍ୟାଳୟର ବିଭିନ୍ନ ତଥ୍ୟ ଯାହାକି ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ସବିଶେଷ ବିବରଣୀ ଏଠାରେ ରହିବା ସହ ପ୍ରତିଦିନ ବିଦ୍ୟାଳୟର ସମ୍ପୂର୍ଣ ତଥ୍ୟ କାର୍ଯ୍ୟାଳୟକୁ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହା ଏସ୍ଏମ୍ଇ ଭୁବନେଶ୍ୱର ଦ୍ୱାରା ପ୍ରଦାନ କରାଯାଇଥିବା ଫିରିଙ୍ଗିଆ ବ୍ଲକରେ ସମୁଦାୟ ୭୦୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୦୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଟାବ୍ଲେଟ୍ ପିସି ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ତେବେ ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଟାବ୍ଲେଟ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।