ସିଆର୍‌ପିଏଫ୍‌ରେ ଯୋଗଦେଇ ଥିବା ଦୁଇ ଜବାନ ଆଶିଷ କୁମାର ନାଗ ଓ ଜ୍ୟୋତି ରଞ୍ଜନ ଥନାପତିଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ଆଶିଷ ନାଗ ପିତା ରୁଦ୍ରମଣୀ ନାଗ, ମା ଉର୍ମିଳା ନାଗ, ଜ୍ୟୋତିରଂଜନ ଥନାପତି ପିତା କେଶବ ଥନପତି ମା ମଞ୍ଜୁଳାଙ୍କ ସନ୍ତାନ ଅଟନ୍ତି । ୨୦୧୭/୧୮ ଜେଡି ପରିକ୍ଷାରେ ଉତ୍ତିନ୍ନ ହୋଇ ଆଶିଷ ଓ ଜ୍ୟୋତିରଞ୍ଜନ ସିଆରପିଏଫ୍ରେ ଯୋଗଦେଇ ଟ୍ରେନିଂ ଚେନ୍ନାଇରେ ସାରି ଆଜି ନିଜ ଗ୍ରାମ ଝୁଲେନବରକୁ ଦୁଇ ଜବାନ ଫେରିଥିଲେ । ଗୋଟିଏ ଗ୍ରାମରୁ ଦୁଇ ଜଣ ଯୁବକ ଜବାନ ଭାବେ ଯୋଗଦେଇ ଥିବା ଯୋଗୁଁ ଦେଶ ମାତୃକାର ସେବା କରିବା ପାଇଁ ସେମାନେ ଗ୍ରାମର ସୁଯୋଗ୍ୟ ସନ୍ତାନ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୁଇ ଜବାନ ପାଟଣାଗଡ଼ ପହଞ୍ଚିବା ପରେ ପ୍ରଥମେ କଲେଜ୍ ଛକରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ନିଜ ଜନ୍ମମାଟି ଝୁଲେନବର ଗ୍ରାମର ଧବଳେଶ୍ଵର ଯୁବା ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଗ୍ରାମରେ ବଜା ସହ ଗ୍ରାମର ସମସ୍ତ ଗ୍ରାମବାସୀ ସ୍ୱାଗତ କଲେ । ଏଥିରେ ଯୁଧିଷ୍ଠିର ମିର୍ଦ୍ଧା, ରିଙ୍କୁ ନାଗ, ଭଗବାନ, ଖୁସି, ଆନନ୍ଦ, ବିଭୁ ଦତ୍ତ, କାହ୍ନା, କାର୍ତ୍ତିକ, ଶିବା, ପରମାନନ୍ଦ, ଭୋଳା, ବିର, ଭାଗ୍ୟବତୀ, ରୀତି, ଜ୍ୟୋତି, ଇତି, ତୃପ୍ତି, ହିରନ୍ୟ, ମିଳୁ ଓ ଶେଷରେ ଦେବବ୍ରତ, ମନୁ, ଅନୁମଣି, ପ୍ରଦୀପ ବାଗ୍, ଗ୍ରାମର ଗନ୍ତିଆ ପ୍ରକାଶ ସିଂହ, ମଣ୍ଟୁ ମିର୍ଦ୍ଧାଶେଷ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.