ବରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନରେ ବ୍ୟାପକ ସୁଯୋଗ ରହିଛି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସ୍ଥାପନରେ ବ୍ୟାପକ ସୁଯୋଗ ରହିଛି ବୋଲି ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଶିଳ୍ପଦ୍ୟୋଗୀମାନଙ୍କୁ ୠଣ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଶିଳ୍ପଦ୍ୟୋଗୀମାନେ ଏହାର ସୁଯୋଗ ନେବାକୁ ସେ ବୈଠକରେ ପରାମର୍ଶ ଦେଇଥିଲେ । ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଖାଦ୍ୟ ପକ୍ରିୟାକରଣ ଉଦ୍ୟୋଗ, ଷ୍ଟାର୍ଟ ଅଫ ଓଡ଼ିଶା, ତଥା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଲକ୍ଷ୍ମୀ ଧରି ସୋରେନ୍, ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ପରେ ବରଗଡ଼ର ଶିଳ୍ପଦ୍ୟୋଗୀ ମାନଙ୍କ ସହ ସାର୍କିଟ ହାଉସରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.