ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ 9ଟି କେନ୍ଦ୍ରରେ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା. 21/04/22ରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ ର 09ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ 18 ରୁ ଉର୍ଦ୍ଧ ବୟସ ର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ /ଏଫ ଏଲ ଡବ୍ଲୁ ଏବଂ 60 ବର୍ଷ ରୁ ଉର୍ଦ୍ଧ ସହିତ କୋ ମୋରବିଡିଟି ଙ୍କୁ ପ୍ରିକସନ ଡୋଜ (କୋଭାସିଲଡ଼) ଟୀକାକରଣ କରାଯିବ । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ (ବୀରମହାରାଜପୁର, ଡୁଙ୍ଗୁରିପାଲି ଓ ସୋନପୁର blk ବ୍ୟତୀତ) 14 ଟି କେନ୍ଦ୍ରରେ 15 ରୁ 18 ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ଙ୍କୁ (କୋଭାକ୍ସିନ) ଟୀକାକରଣ କରାଯିବ, ପୁନଶ୍ଚ 12 ରୁ 14 ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ (ଡୁଙ୍ଗୁରିପାଲି ବ୍ଲକ ବ୍ୟତୀତ )ଅନ୍ୟ ସମସ୍ତ ବ୍ଲକ ଅଞ୍ଚଳରେ ( ଅଫଲାଇନ ଜରିଆରେ) 34 ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ କରାଯିବ । ବ୍ୟବସ୍ଥିତ ସମସ୍ତ କେନ୍ଦ୍ର ଗୁଡିକରେ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠା କୁ ଅନୁସୂଚିତ କରାଇ ପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ09-00ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ ।ସ୍ଲଟ ବୁକିଂ କରିଥିବା ହିତାଧିକାରୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି ) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନା ରେ ଟୀକାକେନ୍ଦ୍ର କୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ର ରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡିକରେ ସକାଳ 09 ରୁ ସନ୍ଧ୍ୟା 06 ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇ ପାରିବେ । ଟୀକାକରଣ ନିମନ୍ତେ ହିତାଧିକାରୀ ଙ୍କ ପାଇଁ ଆଜି ତା20/04/22 ରାତ୍ର 08-00ଘଂ ରୁ କୋଭାସିଲଡ଼ ଓ କୋଭାକ୍ସିନ ପାଇଁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଛି ।

Leave A Reply

Your email address will not be published.

error: Content is protected !!