ପାଟଣାଗଡ଼ ଅଞ୍ଚଳର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ପୂର୍ବତନ ବିଜେପି ବ୍ଲକ ଅଧ୍ୟକ୍ଷ ତଥା ବିଜେପି ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ପାଟଣାଗଡ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଭକ୍ତବନ୍ଧୁ ନାଏକଙ୍କ ଆତ୍ମାର ଅମର ସତ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଞ୍ଜାପନ କରାଯାଇଥିଲା । ଶ୍ରୀ ନାଏକ ଜଣେ ମେଳାପୀ ମିଷ୍ଟଭାଷୀ, ସମାଜସେବୀ, ଆଗ ଧାଡ଼ିର ନେତା, ଗରିବର ସାଥୀ ତଥା ଜନସାଧାରଣଙ୍କ ଆସ୍ତାଭାଜନ ହୋଇ ପାରିଥିଲେ ବୋଲି ସଂଘର ସଭାପତି ମତ ପ୍ରକାଶ କରିଥିଲେ । ଅସମୟରେ ଇହଲୀଳା କରିବା ଜିଲ୍ଲା ତଥା ରାଜ୍ୟ ବିଜେପିକୁ ଶକ୍ତ ଝଟକା ଲାଗିବା ସହିତ ତାଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ । ବିଜେପି ନିଜର ଏକ ଦୃଢ଼ ସଂଗଠକ ହରାଇବା ସହିତ ଜଣେ ଦରଦୀ ବନ୍ଧୁଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଥିଲା । ସେ ବିଜେପି ଜିଲ୍ଲା ସଭାପତି ଏବଂ ପାଟଣାଗଡ ବ୍ଲକରୁ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷ ରହିଥିଲେ । ଉକ୍ତ ଶୋକସଭାରେ ଉପସ୍ଥିତ ସଂଘର ସମ୍ପାଦକ ପ୍ରବୀଣ ପୁରୋହିତ, ବଂଶୀଧର ସେଠ, ପ୍ରହଲ୍ଲାଦ ପାଢ଼ୀ, ରଞ୍ଜନ ମେହେର, ସୁନୀଲ ଚୋପଦାର, ସୁବୋଧ ମେହେର, ଦିଲୀପ ଭୋଇ, ବିଶ୍ୱାସ ପଟ୍ଟନାୟକ, ରାଜେଶ କୁମାର ଚାନ୍ଦ, ଗଣେଶ ଦାସ ସହିତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.