oom

ରାମକୃଷ୍ଣଙ୍କ ବିୟୋଗରେ ଶୋକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଶାସକରୁ ରାଜନେତା ପାଲଟିଥିବା ବର୍ଷିୟାନ ନେତା, ପୂର୍ବତନ ମନ୍ତ୍ରୀ, ଓଡିଶା ବିଧାନସଭାରେ ବିରୋଧୀ ଦଳର ପୂର୍ବତନ ନେତା, ଗଂଜାମ ମାଟିର ସୁଯୋଗ୍ୟ ସନ୍ତାନ ରାମକୃଷ୍ଣ ପଟ୍ଟନାୟକଙ୍କ ଆଜି ସକାଳେ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ ମେଳାପି, ବନ୍ଧୁବତ୍ସଳ, ଜ୍ଞାନୀ ଗୁଣି ବ୍ୟକ୍ତି ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଜଣେ ବନ୍ଧୁ ଭାବରେ ମୁଁ ତାଙ୍କୁ ହରାଇ ଥିବାରୁ, ଏହା ମୋ ପାଇଁ ଅପୂରଣୀୟ କ୍ଷତି । ଏହି ଦୁର୍ଦ୍ଦିନ ତଥା ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି । ମା ବୁଢ଼ୀଠାକୁରାଣୀ ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେହି ଅମର ଆତ୍ମାର ସଦଗତି ସାଙ୍ଗକୁ ଏହି ଘଡିସନ୍ଧି ମୁହୁର୍ତ୍ତରେ ତାଙ୍କରି ପରିବାରକୁ ଧୈର୍ୟ୍ୟ ସାହସ ଦିଅନ୍ତୁ ଏହାହିଁ ପ୍ରାର୍ଥନା କରୁଛି ବୋଲି ରାଉରକେଲା ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.