ଡୁମ୍ବେରବାହାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଷୋହଳ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ନିମିଚନ ଭିଲ ସପତ୍ନୀକ କର୍ତ୍ତା ଭାବେ ଓ ପଣ୍ଡିତ ହରିହର ଦେବତା ଏବଂ ମନ୍ଦିର ପୂଜକ ଅନନ୍ତ ପାଢ଼ୀ ପୂଜକ ଦାୟିତ୍ଵ ସଂପାଦନ କରିଥିଲେ । ଏଥିରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାର ଡୁମ୍ବେରବାହାଲ, ଡୁଡୁକିଝରିଆ, ଝାରବନ୍ଧ, ବିଜାଢୋଲ, କେଛୋବାହାଲ, କର୍ଲାମାଲ, ମଶାନକୁଣ୍ଡା ଓ ସମରସିଂହ ଗ୍ରାମର ସଂକୀର୍ତ୍ତନ ଦଳମାନ ଯୋଗ ଦେଇଥିଲେ । ନାମ ଯଜ୍ଞ ଦେଖିବା ପାଇଁ ଆଖପାଖ ଗ୍ରାମରୁ ତିନି ଦିନ ଧରି ପ୍ରବଳ ଜନସମାଗମ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା ହୋଇଥିଲା । ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ନାମ ଯଜ୍ଞ ସଂପୂର୍ଣ୍ଣ ସଫଳ ହୋଇଥିଲା ।

Leave A Reply

Your email address will not be published.