ଶହୀଦ ଯବାନ ଓ ସେନାଧ୍ୟକ୍ଷ ବିପିନ ରାୱତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୮ ତାରିଖରେ ଆମ ଦେଶରେ ଘଟିଯାଇଥିବା ବିମାନ ଦୁର୍ଘଟଣାରେ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ୧୨ ଜଣ ଯବାନଙ୍କ ଦୁଃଖଦପୂର୍ଣ୍ଣ ମୃତ୍ୟୁ ଘଟଣାରେ ସମସ୍ତେ ମର୍ମାହତ । ଏନେଇ ଛତ୍ରପୁରସ୍ଥ ଶ୍ରୀରାମନଗର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଏନ.ସି.ସି. କ୍ୟାଡଟମାନଙ୍କ ଦ୍ଵାରା ସହର ପରିକ୍ରମା ପରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ବୀରଯବାନମାନଙ୍କୁ ପୁଷ୍ପାଞ୍ଜଳି ଦେଇ ତାଙ୍କରି ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏନ.ସି.ସି. ଶିକ୍ଷକ ଗଣେଶ ରେଡ୍ଡୀଙ୍କ ସହିତ ଲଳିତ ମୋହନ ଦାଶ, ସୋମନାଥ ନାୟକ, ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.