oum

ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କଠାରେ ଦାବୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ପାଇକମାଲ ଅଞ୍ଚଳବାସୀଙ୍କ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପାଇକମାଲ ବ୍ଲକ ନିକଟରେ ଆଜକୁ ୭୦ ବର୍ଷ ହେଲା ଶିବ ମନ୍ଦିର ଅବସ୍ଥିତ । ମନ୍ଦିର ପାଖରେ ବିଜୁ ଏକ୍ସପ୍ରେସ ୱେ ନୁତନ ରାସ୍ତା କାମ ନିର୍ମାଣ କରାଯାଉଛି । ଯାହାଦ୍ୱାରା କି ଶିବ ମନ୍ଦିର ଭାଙ୍ଗିଯିବ । ପ୍ରକାଶ ଥାଉକି, ଶିବ ମନ୍ଦିରକୁ ନ ଭାଙ୍ଗି ବିଜୁ ରାସ୍ତା ନିର୍ମାଣ କରାଯାଇ ପାରିବ । କିନ୍ତୁ ତାହା ନ କରି ଶିବ ମନ୍ଦିରକୁ ଲାଗି ରାସ୍ତା ନିର୍ମାଣ କରାଯାଉଛି । ସେଥିରେ ପାଇକମାଲବାସୀ ମର୍ମାହତ ହୋଇ ଶିବ ମନ୍ଦିରକୁ ନ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉ ବୋଲି ଏକ ଯାହାଦ୍ୱାରା ପ୍ରଦାନ କରିଛନ୍ତି । ଯାହାଦ୍ୱାରା ଦେବା ସମୟରେ ଅନନ୍ତ କୁମାର ପଣ୍ଡା, ବିଜୟ ରାଓ, ଶ୍ୟାମଲାଲ ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ଶ୍ରୀମତୀ ସୁବାସିନୀ ମେହେର, ଡାକ୍ତର ସବିତା ଚରଣ ମେହେର, ନିମାଇଁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.