jayashree

ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଲାଗିଛି ମାଓ ପୋଷ୍ଟର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କରେଇକେଲା ଠାରେ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି । ଏହି ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟ ବନ୍ଦ ଡାକରା ଦେଇଛନ୍ତି । ଏହାଛଡ଼ା ପୋଷ୍ଟରରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯିବା ସୂଚନା ଦେଇଛନ୍ତି । ନକ୍ସଲ ନେତା କମ୍ରେଡ ଜୟା ହେମ୍ବ୍ରମଙ୍କ ସମେତ ତିନିଜଣ ନକ୍ସଲଙ୍କ ଗିରଫଦାରୀକୁ ମଧ୍ୟ ଏହି ପୋଷ୍ଟରରେ ବିରୋଧ କରାଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.