oom

ପୂର୍ବତନ ସାଂସଦ, ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ଅନ୍ୟତମ ବିଶିଷ୍ଟ ଜନନେତା, ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା ପ୍ରଥମ ନିର୍ବାଚିତ କଂଗ୍ରେସ ଦଳର ପ୍ରଦେଶ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ରଙ୍କ ଗତକାଲି ପରିଣତ ବୟସରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମିଶ୍ରଙ୍କ ବିୟୋଗରେ ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ସ୍ଥାନୀୟ କୋସଲ ଫାଉଣ୍ଡେସନ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କ୍ଷମତାର ଶୀର୍ଷରେ ଥାଇ ମଧ୍ୟ ଶ୍ରୀ ମିଶ୍ର ଯେଭଳି ଭାବରେ ନିରଳସ ଓ ଆଦର୍ଶମୟ ଜୀବନଯାପନ କରୁଥିଲେ ତାହା ଶିକ୍ଷଣୀୟ ବୋଲି ସଂଗଠନ ତରଫରୁ ମତ ପ୍ରକାଶ କରାଯାଇଛି । ଶ୍ରୀ ମିଶ୍ର ଜୀବନର ଶେଷ ପର୍ଯ୍ୟନ୍ତ କୋସଲ ମୁକ୍ତି ଆନ୍ଦୋଳନକୁ ଉତ୍ସାହିତ କରିବା ସହ ସକ୍ରିୟ ସମର୍ଥନ ଦେଉଥିଲେ । ତାଙ୍କର ପୁଅ ବିଭୁଦତ୍ତ ମିଶ୍ର ମଧ୍ୟ କୋସଲ ଆନ୍ଦୋଳନର ଜଣେ ଆଗଧାଡିର ସଂଗଠକ ଅଟନ୍ତି । ତାଙ୍କର ବିୟୋଗରେ ଅଂଚଳ ଏକ ବିଶିଷ୍ଟ ରାଜନେତା / ଚିନ୍ତାନାୟକଙ୍କୁ ତଥା କୋସଲ ଆନ୍ଦୋଳନ ଜଣେ ପିତୃତୁଲ୍ୟ ମାର୍ଗ ଦର୍ଶକଙ୍କୁ ହରାଇଲା ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ମନୋରଂଜନ ସାହୁ, ସଂଗଠନର ବଲାଙ୍ଗିର ଜିଲ୍ଲା ସଭାପତି ବିକ୍ରମାନନ୍ଦ ବହିଦାର, ବରିଷ୍ଠ ସଂଗଠକ ଅବଦୁଲ ଜମାଲ ଖାଁ, ଜୋନାଲ ସଂଯୋଜକ ଶରତ ହୋତା, ବରିଷ୍ଠ ସଂଗଠକ ରଣାରାଜ ସିଂଦେଓ, ଶ୍ରମିକ ନେତା ରବି ଶଙ୍କର ମିଶ୍ର, ଯୁବ ସଂଗଠକ ରିଲୁ ରଥ, ବିନୋଦ କାଲସାଏ, କର୍ମଚାରୀ ନେତା ବିଭୁତି ଶଙ୍କର ବିନ୍ଧାଣୀ, ଜ୍ୟୋତି ରଂଜନ ମହାନ୍ତି ପ୍ରମୁଖ ଶ୍ରୀ ମିଶ୍ରଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.