oom

ଆନନ୍ଦ ନୃସିଂହ ସ୍ମୃତି ସଂସଦ ତରଫରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

jsmm

କଟକ : କଟକସଦର ତଥା ୪୨ମୌଜାସ୍ଥ ଅଗ୍ରଣୀ ସାମାଜିକ ସଂଗଠନ ଆନନ୍ଦ ନୃସିଂହ ସ୍ମୃତି ସଂସଦ ତରଫରୁ ପଟଣା ସ୍ଥିତ ପୂଜ୍ୟପୂଜା ଭବନରେ ବର୍ଷିୟାନ ଗାନ୍ଧୀବାଦୀ ନେତା, ସମାଜସେବୀ ବାଗ୍ନୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ନିରାଡମ୍ବର ଭାବେ କୋଭିଡ୍‌ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ବିଜୁ ପଟ୍ଟନାୟକ କଲେଜ୍‌ର ଅଧ୍ୟକ୍ଷ ଡକ୍ଟର କେଶବ ଚନ୍ଦ୍ର ଦାଶ ସଭାପତିତ୍ୱ କରି ଉପସ୍ଥିତ ଥିବା ସୁଦର୍ଶନ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜାନକୀ ବାବୁଙ୍କ ବହୁବିଧ ପ୍ରତିଭାକୁ ଅନୁସରଣ କରିବା ପାଇଁ ଆହ୍ୱାନ କରିବା ସହିତ ମହାମାରୀ କରୋନାର ପ୍ରକୋପରୁ ମୁକ୍ତ କରିବା ପାଇଁ କଟକଣାକୁ ଅଗ୍ରାଧିକାର ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ସ୍ୱର୍ଗତଃ ପଟ୍ଟନାୟକଙ୍କୁ ୪୨ମୌଜାର ବିନ୍ଧାଣୀ ରୂପେ ବିବେଚନା କରି ୪୨ମୌଜାର ପ୍ରଥମ ଘାଟକୁଳ-ଝିଙ୍କିରିଆ କଟକ ସେତୁ ତାଙ୍କ ଅବଦାନରେ ନିର୍ମାଣ ହୋଇଥିବାରୁ ସେ ୪୨ମୌଜାବାସୀଙ୍କ ହୃଦୟପଟରେ ଚିରସ୍ମରଣୀୟ ହୋଇ ଚିରକାଳ ରହିଥିବେ ବୋଲି ମତବ୍ୟକ୍ତ କରିଥିଲେ । ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ କୁ ସମ୍ମାନ ଜଣାଇ ଭିଡିଓ କନ୍‌ଫରେନ୍ସି ଜରିଆରେ ଶୁଭାକାଂକ୍ଷୀ ପରାମର୍ଶଦାତା ପ୍ରାଧ୍ୟାପକ ଡଃ ସେକ୍‌ କଲିମୁଲ୍ଲା, ସମବାୟ ବିତ୍‌ ମହେନ୍ଦ୍ର କୁମାର ନାୟକ, ସମାଜସେବୀ ପୁଷ୍ପରାଜ ପ୍ରଧାନ, ବ୍ଲକ୍‌ ଚେୟାରମ୍ୟାନ୍‌ ରତ୍ନାକର ବେହେରା, ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ସଭାପତି ଇଂ ଅଶୋକ କୁମାର ବିଶ୍ୱାଳ, ବରିଷ୍ଠ ସଭ୍ୟ ବିନୋଦ ବେହେରା, ବୁଲେଇ ବେହେରା, ପ୍ରଭାତ କୁମାର ଖଟୁଆ, ନଟବର ବେହେରା, ଜ୍ୟୋତିରଂଜନ ଦାସ, ଯଚିନ୍ଦ୍ରନାଥ ବେହେରା, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ସଂଯୋଜକ ଚକ୍ରବର୍ତୀ ଓତା, ସମାଜସେବୀ ଶ୍ରୀକାନ୍ତ ବେଉରା, କୌଳାସ ଚନ୍ଦ୍ର ସାହୁ, ଝାରକଟା ପଂଚାୟତ ସରପଂଚ ପ୍ରତିନିଧି ଜୟନ୍ତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ବେଉରା, ଚନ୍ଦନ ମହାନ୍ତି, ଦିପ୍ତୀରଂଜନ ଶତପଥି, ବିଭୂରଂଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ । ସମାଜସେବୀ ସରୋଜ କୁମାର ଲେଙ୍କା କଲେଜ୍‌ ଛାତ୍ରଛାତ୍ରୀମାନେ ସ୍ୱର୍ଗତଃ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନରେ ଯୋଗଦେଇ ଥିବାରୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.