p purohi

କନ୍ଧମାଳରେ ଏବିଭିପି ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

dr. purohit

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଛତିଗଡ଼ର ବିଜାପୁର-ସୁକମା ଠରେ ନକ୍ସଲ ମାନଙ୍କ ଦ୍ୱାରା ଆକ୍ରମଣ ଫଳରେ ଶହୀଦ ହୋଇଥିବା ସମସ୍ତ ବୀର ଜବାନ ମାନଙ୍କୁ ଫୁଲବାଣୀ ସଦର ମହକୁମା ଓ ଟିକାବାଲି ଠାରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଫୁଲବାଣୀ ଠାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ କନ୍ଧମାଳ ଜିଲା ପ୍ରମୁଖ ଶିବାଶିଷ୍ ପଣ୍ଡା, ଜିଲା ସଂଯୋଜକ ଦିବ୍ୟରଞ୍ଜନ ଡ଼ାକୁଆ, ଫୁଲବାଣୀ ନଗର ସଂପାଦିକା ରାଜନନ୍ଦିନୀ ସାହାଣୀ, ଜିଲା ପାଠଶାଳା ପ୍ରମୁଖ ରଜତ ମହାପାତ୍ର, ଫୁଲବାଣୀ ନଗର ସହ ସଂପାଦକ ଅମିତ୍ ବେହେରା, ଶ୍ରେୟନ୍ ମେହେର, ଉତ୍କଳ ଦାସ, ଆଶିଷ୍ ସାହୁ, ନିଖିଳ ମହାନ୍ତି ଓ ବିଦ୍ୟାର୍ଥୀ ପରିଷଦର ବହୁ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେହିଭଳି ଟିକାବାଲି ଠାରେ ମଧ୍ୟ ସହୀଦ ବୀର ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

nrusinghnath
Leave A Reply

Your email address will not be published.