
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ମାନଭଞ୍ଜନ ପ୍ରଧାନ, ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼. ନାୟକ, ପ୍ରଧ୍ୟାପକ ଶ୍ରୀ ପ୍ରଧାନଙ୍କ ଜୀବନୀ ଏବଂ ସାହିତ୍ୟ ଜଗତରେ ତାଙ୍କର ଅବଦାନ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇ ଶ୍ରୀ ପ୍ରଧାନଙ୍କ ଅଞ୍ଚଳ ମହାବିଦ୍ୟାଳୟରେ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ଏହା ପରେ ପରେ ତାଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।