oom

ବିଜୁ ଜନତା ଦଳ ତରଫରୁ ଶୋକସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସ୍ବର୍ଗତ ବିଜୟ ପ୍ରଧାନୀଙ୍କ ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ଅକାଳ ବିୟୋଗରେ ସାରା ଜିଲ୍ଲାରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଶୋକ ପ୍ରକଟ କରିଥିଲେ । ସେହି କ୍ରମରେ ଆଜି ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ଶୋକସଭା ପାଳନ ହୋଇ ଯାଇଛି । ଏହି ସଭା ବରିଷ୍ଠ ସଦସ୍ୟ ଓମକାର ନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ବର୍ଗତ ବିଜୟ ପ୍ରଧାନୀଙ୍କୁ ଜଣେ ଆଦୀବାସୀ ନେତା ଭାବରେ ଅପ୍ରତିଦ୍ଵନ୍ଦୀ ଯୁବନେତା ବୋଲି ଆଖ୍ୟା ଦେଇ ସ୍ମୃତିଚାରଣ କରାଯାଇଛି । ଏହି ସଭାରେ ଦେଓଗାଁ ବ୍ଲକର ସୁଶୀଲ କୁମାର ଚାନ୍ଦ, ଲକ୍ଷ୍ମଣ ମେହେର, ପ୍ରଦୀପ ସାହୁ, ଶମ୍ଭୁ ନାଗ, ନରସିଂହ ବାଗ, ବାଲାଜୀ ପଣ୍ଡା, ଶିବ ବେହେରା, ସନ୍ତୋଷ ଦନ୍ତା, ଜିତେନ୍ଦ୍ର ସ୍ବାଇଁ, ଧୀରୁ ବନ୍‌ଛୋର, ମାନସ ପଟ୍ଟନାୟକ, ରାମ ନାଏକ, ନରହରି ରାଉତ, ରାଜିବ ଦାସ, ସଞ୍ଜିବ ପଢିଆରି, ନୀଳିମା ପୁଟେଲ, ଦିପକ ପଣ୍ଡା, ତେଜରାଜ ଚୌଧୁରୀ, ସଞିବ ନାଥ, କୁଞ୍ଜ କଠାର, ରାଜୁ ମେହେର, ପ୍ରେମଜିତ ଯୋଷୀ, ଭରତ ପୁରଷେଠ ଙ୍କ ସହିତ ବିଜୁ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.