ଡେଲାଙ୍ଗ ବ୍ଲକରେ ଭିନ୍ନକ୍ଷମ ଚିହ୍ନଟ ଓ ଚିକିତ୍ସା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷ ପରିସରରେ ସୋମବାର ଏକ ଭିନ୍ନକ୍ଷମ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଜାତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ୨୧ଟି ପଞ୍ଚାୟତର ୩୦୦ରୁ ଅଧିକ ଅସ୍ଥିଶଲ୍ୟ, ମୁକ, ଶ୍ରବଣ ଓ ଦୃଷ୍ଟି ବାଧିତ ତଥା ଶାରିରୀକ ଅକ୍ଷମ ବ୍ୟକ୍ତି ଯୋଗଦେଇ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ କରିଥିଲେ । ଏହି ଶିବିରରେ ଚକ୍ଷୁ, କର୍ଣ୍ଣ ଓ ନାସା ବିଶେଷଜ୍ଞ ଡ. ଗୁରୁଦତ୍ତ ଲେଙ୍କା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଅନିଲ କୁମାର ନାୟକ ଓ ଡ. ରାଜେଶ କୁମାର ନନ୍ଦ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଚିକିତ୍ସା କରିଥିଲେ । ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କ ଚିହ୍ନଟ ପ୍ରକ୍ରିୟା ପରେ ଏକ ତାଲିକା ପ୍ରସ୍ତୁତ କରାଯାଇ ଟ୍ରାଇ ସାଇକେଲ୍, ଚଷମା ଓ ଶ୍ରବଣ ଯନ୍ତ୍ର ଇତ୍ୟାଦି ମାଗଣାରେ ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ଡେଲାଙ୍ଗ ବ୍ଲକ୍ ବିଡ଼ିଓ କ୍ଷୀତିଶ ଚନ୍ଦ୍ର ବେହେରା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ, ଅଶୋକ ବେହେରା, ଆର୍ ଏଚ୍‌ ଦେବେନ୍ଦ୍ର ପ୍ରଧାନ ଓ ରାକେଶ ରାୟ ପ୍ରମୁଖ ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ ଶିବିର ପରିଚାଳନା ଦାୟିତ୍ଵ ତୁଲାଇଥିଲେ ।

Leave A Reply

Your email address will not be published.