lika

ଛତୁଆ ଘୋଟାଲା ଅଭିଯୋଗରେ ଧାରଣାରେ ବସିଲେ ସ୍ୱୟଂ ସହାୟିକା ଗୋଷ୍ଠୀ

gbag

ପଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ପାଇକମାଲ ବ୍ଲକରେ ଅଧୀନରେ ଆଇସିଡିଏସ.ର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ଅନିୟମତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ପରିସରରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ସଦସ୍ୟାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗତ କାଲିଠାରୁ ଧାରଣାରେ ବସିଛନ୍ତି । ଆଇସିଡିଏସ ତରଫରୁ ଗତ ଫେବୃଆରୀ ମାସରେ ଛତୁଆ ତିଆରି ଏବଂ ବଣ୍ଟନ ପାଇଁ ଆବେଦନ କରିବାକୁ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନୋଟିସ୍ ଦିଆଯାଇଥିଲା । ହେଲେ ପରେ କରୋନା ଲକଡାଉନ୍ ଯୋଗୁଁ କୈାଣସି ସ୍ୱୟଂ ସହାୟିକା ଗୋଷ୍ଠୀକୁ ନ ଜଣାଇ ବିନା କୈାଣସି ଯାଂଚରେ ଛତୁଆ ତିଆରି ପାଇଁ ଦରକାରୀ କୈାଣସି ବି ସାମଗ୍ରୀ କି ଯନ୍ତ୍ରପାତି ନଥିବା ଏକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଫେକ ବିଲ ଦର୍ଶାଇ ଛତୁଆ ତିଆରି ପାଇଁ ଚୟନ କରାଯିବା ଏବଂ ଯେଉଁମାନଙ୍କ ପାଖରେ ସମସ୍ତ ପ୍ରକାର ସଠିକ ବିଲ ଏବଂ ଯନ୍ତ୍ରପାତି ଅଛି ତାଙ୍କୁ ମାର୍କିଂ ଲିଷ୍ଟରୁ ବାଦ ଦିଆଯିବା ଓ ଚୟନ ସମୟରେ କାହାରିକୁ ସୂଚିତ କରାନଯିବା ସମ୍ପୂର୍ଣ୍ଣ ଭାବରେ ଅନୈତିକ ବେନିୟମ ବୋଲି ଅଭିଯୋଗ କରି ଗତ ୨୮ ତାରିଖ ଦିନ ଏହି ପରିପ୍ରେକ୍ଷୀରେ ପାଇକମାଲ ବିଡିଓ ଏବଂ ସିଡିପିଓଙ୍କୁ ଉଚିତ ତଦନ୍ତ ସହ ୫ ନଭେମ୍ବର ପର୍ୟ୍ୟନ୍ତ ନ୍ୟାୟୋଚିତ ପଦକ୍ଷେପ ନେବାପାଇଁ ଦାବୀ କରିଥିଲେ । ହେଲେ ଅନ୍ତିମ ଦିନ ଥିଲେ ହେଁ ବ୍ଲକ କାର୍ୟ୍ୟାଳୟ ପକ୍ଷରୁ କୈାଣସି ପଦକ୍ଷେପ ନ ନିଆଯିବାରୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ କାର୍ୟ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଏହି ବିଷୟରେ ପାଇକମାଲ ବିଡିଓଙ୍କ କୈାଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଶିଶୁ ବିକାଶ ଯୋଜନା ଅଧିକାରୀ କିନ୍ତୁ କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚୟନ ହୋଇଥିଲା ଏବଂ ଧାରଣା ବିଷୟରେ ମଧ୍ୟ ଉପରୋସ୍ଥ ଅଧିକାରୀଙ୍କୁ ସୂଚିତ କରି ଦିଆଯାଇଛି ।

babaa
Leave A Reply

Your email address will not be published.