
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳସ୍ଥିତ ନିୟୁପୋଲିସ କଲୋନୀ ଠାରେ ଅବସ୍ଥାପିତ ପୋଲିସ ହାଇସ୍କୁଲର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଆଶାନୁରୂପ ଭାବେ ସଫଳତା ହୋଇଛି ବୋଲି କୁହାଯାଏ । ସର୍ବମୋଟ ୨୫ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ଗ୍ରେଡ ଏ-୧ରେ ୨ଜଣ ଓ ଗ୍ରେଡ ଏ-୨ରେ ୨ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଭଲ ନମ୍ବର ରଖି କୃତୀତ୍ଵର ସହ ପାସ କରିଛନ୍ତି । ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନେ ହେଲେ ଏ-୧ରେ ଶ୍ରୀନିବାସ ମହାରଣା, ୫୪୫ ମାର୍କ ରଖିଥିବା ବେଳେ ଆୟୁଷ୍ମାନ ରାଉଳ ୫୪୨ ମାର୍କ ରଖିଛନ୍ତି । ସେହିପରି ଏ-୨ରେ ଏନ.ରବିବାବୁ ୫୧୦ ଓ ଛାତ୍ରୀ ରାଜଲଷ୍ମୀ ପ୍ରଧାନ ୫୦୧ ମାର୍କ ରଖି କୃତ୍ତିତ୍ୱ ଅର୍ଜନ କରି ଏହି ବିଦ୍ୟାଳୟର ସୁନାମ ଆଣିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ସ୍ୱାଇଁଙ୍କୁ ତାଙ୍କ ନିଷ୍ଠାପର ଉଦ୍ୟମ ଲାଗି ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସାଧୁବାଦ ଜଣାଇଛନ୍ତି ।