ଆନ୍ତର୍ଜାତୀୟ ଲିଓ ଦିବସ ଅବସରରେ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକ‌ଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲିଓ କ୍ଳବ ତରଫରୁ ଆଜି ଆନ୍ତର୍ଜାତୀୟ ଲିଓ ଦିବସ ଅବସରରେ ସଂକ‌ଳ୍ପ ପରିବାର, ବରଗଡକୁ କୋଭିଡ-୧୯ର ଏକ ଆଗଧାଡ଼ିର ଯୋଦ୍ଧା ଭାବରେ “କରୋନା ଯୋଦ୍ଧା” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ ସଂକ‌ଳ୍ପ ପରିବାରର ସଭାପତି ରହିତ ଜସ୍ୱାଲ, ଜି ରମେଶ ଓ ନିଧାନ ଦନ୍ତା ପ୍ରମୁଖ ସୋମାରହ ଉତ୍ସବକୁ ପହଞ୍ଚି ସମ୍ମାନପତ୍ର ଗ୍ରହଣ କରିଥିଲେ । ପ୍ରକୃତରେ ଆପଣମାନଙ୍କ ଭଲ ପାଇବା ହୃଦୟସ୍ପର୍ଶୀ ଅଟେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସଂକ‌ଳ୍ପ ପରିବାରକୁ ଏ ସମ୍ମାନ ପାଇଁ ଯୋଗ୍ୟ ଭାବି ସମ୍ମାନିତ କରିଥିବାରୁ ଆପଣମାନଙ୍କୁ ସଂକ‌ଳ୍ପ ପରିବାର ତରଫରୁ ଧନ୍ୟବାଦ ‌ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.