ppurohit

ଲଳିତ ନାୟକଙ୍କ ଆରୋଗ୍ୟ କାମନା ପାଇଁ ସାମୁହିକ ଦୀପଦାନ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଶିଷ୍ଟ ସମାଜ ସେବୀ ଓ ଶ୍ରମିକ ନେତା କିଛି ଦିନ ହେଲା କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶୁଭଚିନ୍ତକମାନେ ବିଭିନ୍ନ ମନ୍ଦିରରେ ଭଗବାନଙ୍କୁ ସାମୁହିକ ଦୀପଦାନ କରିଛନ୍ତି । ଶ୍ରୀ ନାୟକ ଗତ ଦୁଇ ମାସ ହେଲା ପଡିଯାଇ ଭୁବନେଶ୍ୱରରେ ଚିକିତ୍ସା ହେଉଥିଲେ । ପରେ ତାଙ୍କୁ କର୍କଟ ରୋଗ ହୋଇଛି ବୋଲି ଜଣାପଡିଥିଲା । ସେ ଏବେ କଟକରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଆଶୁ ଆରୋଗ୍ୟ କାମନା କରି ଗତକାଲି ସାମୁହିକ ଦୀପଦାନ ପାଇଁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଅପିଲ କରାଯାଇଥିଲା ।
ସେହିକ୍ରମରେ ଆଜି ସନ୍ଧ୍ୟାରେ ତାଙ୍କ ଶୁଭେଚ୍ଛୁମାନେ ପ୍ରଥମେ ଦୁର୍ଗା ମନ୍ଦିର ପରେ ସମଲେଶ୍ୱରୀ ମନ୍ଦିରରେ ଦୀପଦାନ କରି ଆରୋଗ୍ୟ କାମନା କରିଥିଲେ । ଏହି କାର୍ୟ୍ୟକ୍ରମ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରେ କରାଯାଇଥିବା ବେଳେ ଆଉ ଦଶଟି ଜିଲ୍ଲାରେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା ପୂର୍ବକ ଦୀପଦାନ କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ ସୂଚନା ଦେଇଛନ୍ତି । ଆଜିର କାର୍ୟ୍ୟକ୍ରମରେ ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଲୋଟସ ଷଡ଼ଙ୍ଗୀ, ନିହାର ରଞ୍ଜନ ବେହେରା, ସୁମନ୍ତ ଭୋଇ, ଚାଇନା ମହାନ୍ତି, ନରସିଂହ ଦୀପ ଉପସ୍ଥିତ ଥିବାବେଳେ କପୋରେଟିବ ବ୍ୟାଙ୍କର କର୍ମଚାରୀ, ମୁନସିପାଲିଟି କର୍ମଚାରୀ, ବଲାଙ୍ଗିର ଏକ୍ସନ କମିଟି, ମାହେଶ୍ୱରୀ ସଂଗଠକ, ବଲାଙ୍ଗିର ରକ୍ତଭଣ୍ଡାରର କର୍ମଚାରୀ ଓ ଅନ୍ୟମାନେ ଦୀପଦାନ କରିଥିଲେ ।

Leave A Reply

Your email address will not be published.