
ପଦ୍ମପୁର, (ନିରୋଜ କୁମାର ପାଣୀ) : ଏୟୁପିଟିଏଫ ସହ ସମ୍ବନ୍ଧିତ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ, ଜୁନିୟର ଟିଚର କଂଟ୍ରାକଚୁଆଲ, ଏମ୍ଏଲଇ ଶିକ୍ଷକଙ୍କ ମିଳିତ ନିଷ୍ପତ୍ତିକୁ ରାଜ୍ୟ ବ୍ୟାପି ୩୧୪ ବ୍ଲକରେ ୩ ଦଫା ଦାବୀ ସ୍ୱେଛାସେବୀ ଶିକ୍ଷା ସହାୟକ ସମୟ ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି କରି ୬ଟି ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ଯୋଜନା ଉଛେଦ ସହ ପୁରୁଣା ପେନସନ ଲାଗୁ, ଏକ୍ସ -କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରି ଏଲିମେଣ୍ଟାରୀ ଶିକ୍ଷକ ମାନ୍ୟତା, କଳା ଓ କ୍ରୀଡା ଶିକ୍ଷକଙ୍କୁ ରେଗୁଲାରକରଣ । ଏମ୍ଏଲଇ ଶିକ୍ଷକଙ୍କ ଗ୍ରେଡ଼ ପେ ବୃଦ୍ଧି ଆଦି ଦାବୀ ନେଇ ରାଜ ବୋଡାସମ୍ବର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଘୁନାଥ ପୁରୀଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସବୁ ବର୍ଗର ଶିକ୍ଷକମାନଙ୍କୁ ଗଣଧାରଣା ଆରମ୍ଭ ହୋଇଯାଇଛି । ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ପିଲାମାନଙ୍କର ପାଠପଢ଼ା ବ୍ୟାଘାତ ହୋଇଛି । ପିଲାମାନେ ତାଙ୍କର ପ୍ରିୟ ଶିକ୍ଷକମାନଙ୍କୁ ଖୋଜୁଛନ୍ତି । ଶିକ୍ଷକମାନଙ୍କ ଦ୍ୱାରା ଦାବୀ ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧାରଣା ନିଷ୍ପତ୍ତି ନେଇଥିବାରୁ ଅଭିଭାବକ, ଏସ୍ଏମ୍ସି. ଚିନ୍ତାରେ ପଡିଛନ୍ତି । ଆଜିର ଧାରଣାକୁ ସ୍ଥଳକୁ ପହଂଚି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରାଥମିକ ଶିକ୍ଷକମାନଙ୍କୁ ନ୍ୟାୟଚିତ ଦାବୀ ପୂରଣ କରିବା ପାଇଁ ତାଙ୍କ ଦଳର ବିଧାୟକ ବିଧାନ ସଭାରେ ପ୍ରଶ୍ନ ଆଣିବାକୁ ଲିଖିତ ଭାବେ ଜଣାଇବା ପୂର୍ବରୁ ସରକାର ସ୍ୱଳ୍ପବେତନରେ ମହଙ୍ଗା ଯୁଗରେ ଶିକ୍ଷକମାନେ ଚଳିବା କଷ୍ଟ, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସର୍ବନିମ୍ନ ଗ୍ରେଡ଼ପେ ପ୍ରଦାନ ଜରିବା ନିନ୍ଦନୀୟ ବୋଲି ଉଦ୍ବୋଧନ ଦେଇଥିଲେ । ଏଥିସହ ପୁରୁଣା ପେନସନ ଲାଗୁ ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ରକୁ ଅନୁରୋଧ କରିବି ବୋଲି ଶିକ୍ଷକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ପ୍ରକାଶ ଥାଉକି ଉଲ୍ଲେଖ ଥିବା ସମସ୍ତ ବର୍ଗର ଶିକ୍ଷକ ଶତ ପ୍ରତିଶତ ଧାରଣାରେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ରତ୍ନାକର ଶତପଥୀ, ଦଶରଥ କଲେତ, ରାଜେନ୍ଦ୍ର ମହାନ୍ତି, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ସଂଯୁକ୍ତା ରଥ, ଦେବାନନ୍ଦ ତୁରିଆ, ପ୍ରଦୀପ ସାହୁ, ଏକ୍ସ କ୍ୟାଡର ସଭାପତି, କନିଷ୍ଠ ଶିକ୍ଷକ ସଭାପତି ପ୍ରଶାନ୍ତ ବର୍ଗେ, କ୍ରୀଡା ଶିକ୍ଷକ ସଭାପତି ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ସମ୍ପାଦକ ରୂପକ କୁମାର ସାହୁ, ହେମନ୍ତ ଛୁରା ସଂଯୋଜନା କରିଥିଲେ । ପାଇକମାଲ ବ୍ଳକ ଶିକ୍ଷକ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ।
