p purohi

ବରଗଡ ସାଂସଦ ପ୍ରଦୀପ ଭାଇଙ୍କୁ ପାଇକମାଲ ନାଗରିକ କମିଟି ତରଫରୁ ଜୋର୍‌ଦାର୍‌ ସମ୍ୱର୍ଦ୍ଧନା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ନାଗରିକ କମିଟିର ଜୋର୍‌ଦାର୍‌ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ସମ୍ୱର୍ଦ୍ଧନା ସଭାରେ ନାଗରିକ କମିଟିର ସଭାପତି ମନୋଜ କୁମାର ତ୍ରିଦେବୀ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ସାଂସଦ ପ୍ରଦୀପ ଭାଇ ଯୋଗଦେଇ ଥିବାବେଳେ କମିଟିର ବରିଷ୍ଠ ସଭ୍ୟ ଅନିଲ କାଲିଆ, ଦିଲ୍ଲୀପ ଅଗ୍ରୱାଲ, ବଡ ଶତପଥୀ, ଲିଙ୍ଗରାଜ ମିଶ୍ର, ଗୋବର୍ଦ୍ଧନ ଅଗ୍ରୱାଲ ତଥା କୋକିଲ ସାହୁ ପ୍ରମୁଖ ମଞ୍ଚାସୀନ ଥାଇ ସାଂସଦ ଶ୍ରୀ ପୁରୋହିତଙ୍କ ପ୍ରଚେଷ୍ଟା ଯୋଗୁଁ ବରଗଡ ଭାୟା ପଦ୍ମପୁର ନୂଆପଡା ରେଲୱେ ଲାଇନ୍‌ ମଂଜୁର ହେଉଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଛି ବୋଲି କରିଥିଲେ ନାଗରିକ କମିଟିର ସଭାପତି ଶ୍ରୀ ତ୍ରିବେଦୀ । କମିଟିର ସଦସ୍ୟ ମାନେ ଫୁଲତୋଡ଼ା ସହ ଏକ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ, ସଂପାଦକ ନୀଳମଣି ପଣ୍ତା ମାନପତ୍ର ପଠନ କଲାପରେ ସାଂସଦଙ୍କୁ ଏହା ପ୍ରଦାନ କରାଯାଇଥିଲା । ସଭାର ଉଦ୍ଦେଶ୍ୟ ଜ୍ଞାପନ ତଥା ମଞ୍ଚ ପରିଚାଳନା କରିଥିଲେ ସରୋଜ ସାମଲ । ସାଂସଦ ଶ୍ରୀ ପୁରୋହିତ ଦୀର୍ଘ ୩ ଦଶନ୍ଧି ଧରି ଏହି ରେଲୱେ ଲାଇନ୍‌ ହୋଇ ପାରୁନଥିଲା ତାଙ୍କ ପ୍ରଚେଷ୍ଟା କିପରି ଥିଲା ସେ ବିଷୟ ସଭାରେ ନିଜର ମତବ୍ୟକ୍ତ କରିଥିଲେ ଶ୍ରୀ ପୁରୋହିତ । ଏଥି ସହ ଏ ଅଞ୍ଚଳ ପାଇଁ ଯାହା ସମ୍ଭବ ତାହା ନିଶ୍ଚିତ କରିବି ବୋଲି ନିଜସ୍ୱ ମତବ୍ୟକ୍ତ କରିଥିଲେ । ଆହୁରି ମଧ୍ୟ ପାଇକମାଲରେ ଏକ ଶୌଚାଳୟ ନିହାତି ଦରକାର ଥିବାରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିଜସ୍ୱ ପାଣ୍ଠିରେ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ପାଇକମାଲ ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ସମାଜର ପ୍ରତିନିଧି ମଣ୍ଡଳୀର ସଭ୍ୟ ମାନେ ଆସି ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏପରିକି ସଂଗ୍ରାମୀ ସାଥି ପରିଷଦ ପାଣିମୋରା ସହିଦ ଗ୍ରାମରୁ ଏକ ପ୍ରତିନିଧି ଦଳ ଆସି ସାଂସଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଥିଲେ । ଶେଷରେ ବଡ ଶତପଥୀ ସମସ୍ତଙ୍କୁ ନୁଆଁଖାଇ ଜୁହାର ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.