ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶତୃଘ୍ନ ପାଣିଗ୍ରାହୀ ବଲାଙ୍ଗିର ବନଖଣ୍ଡର କନିଷ୍ଠ ହିସାବ ରକ୍ଷକ ତଥା ରାଜ୍ୟ ଅମଲା ସଂଘ ତଥା ବଲାଙ୍ଗିର ଜିଲ୍ଲା ଅମଲା ସଂଘର ପୂର୍ବତନ ସଭାପତି ସରକାରୀ କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସମୀର କୁମାର ଶତପଥୀ, ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ସଭାପତିତ୍ୱରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାର ଭବ୍ୟ ଆୟୋଜନ କରାଯାଇଥିଲା । ଏହି ସଭାରେ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ତଥା ସମସ୍ତ ବନକ୍ଷେତ୍ରପାଳ ମାନେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଉପସ୍ଥିତ କର୍ମଚାରୀ ଏବଂ ଧିକାରୀମାନେ ଶ୍ରୀ ପାଣିଗ୍ରାହୀଙ୍କର ସୁସ୍ଥ ଓ ନିରାମୟ ଜୀବନ ସକାଶେ କାମନା କରିଥିଲେ । ଏହି ସଭାକୁ ମୁଖ୍ୟ ଶାଖା ଅଧକାରୀ ଶାନ୍ତନୁ କୁମାର ପଣ୍ଡା ପରିଚାଳନା କରିଥଲେ ଏବଂ ଶେଷରେ କନିଷ୍ଠ ହିସାବ ରକ୍ଷକ ଓ ବର୍ତ୍ତମାନ ଓଡିଶା ଅମଲା ସଂଘର ବଲାଙ୍ଗିର ଶାଖାର ସଭାପତି ଅନନ୍ତ ନାରାୟଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଗତକାଲି ସୋନପୁର ବନଖଣ୍ଡରେ କାର୍ୟ୍ୟରତ ଆନନ୍ଦ କୁମାର ଠାକୁର, କନିଷ୍ଠ ସହାୟକଙ୍କ ସ୍ୱର୍ଗବାସ ହୋଇଥିବାରୁ ଏହି ସଭାରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରର୍ଥନା କରାଯାଇଥିଲା ।

Leave A Reply

Your email address will not be published.