oom

ହାପି ମୋମେଣ୍ଟସ ପକ୍ଷରୁ ସମ୍ବଲପୁରୀ ଦିନ୍‌ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ରାଉରକେଲା କ୍ଲବଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ, ହରେକୃଷ୍ଣ ପଣ୍ଡା, ବୁଦ୍ଧେଶ୍ୱର ସାହୁ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷା ସାହିତ୍ୟ ପ୍ରତି ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବୁଦ୍ଧିମତା, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା । ରଶ୍ମିତା ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହ ସମ୍ବଲପୁର ଦିନ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମିତା ପ୍ରଧାନ, କଲ୍ୟାଣୀ ଦାସ, ରଶ୍ମିତା ମଲ୍ଲିକ, ସୁମତି ନାୟକ, କାମିନୀ ମହନ୍ତ, ଅନିତା ବେହେରା, ଇପ୍ସିତା ବିଶ୍ବାଳ, ସୁମତି ସେନାପତି, ନିତାଞ୍ଜଳି ପରିଡା, ଆକାଶ ନାୟକ, ଦିବାକର ଦାସ, ମୂରଲୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.