ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତବତାର ଚିତ୍ର ପ୍ରଚୁର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତାବତାର ଚିତ୍ର ପ୍ରଚୁର । ଫକୀର ମୋହନଙ୍କ ରେବତୀଠାରୁ ବର୍ତ୍ତମାନ ସମୟ ଯାଏ ଓଡ଼ିଆ ଗଳ୍ପ ବିଭିନ୍ନ ଧାରା ଦେଇ ଗତି କରିଛି । ବିଭିନ୍ନ ପରୀକ୍ଷା ନିରୀକ୍ଷା ହୋଇଛି ଗଳ୍ପରେ । କିନ୍ତୁ ସବୁବେଳେ ସମାଜର କଥାକୁ କହିଛି ଗଳ୍ପ । ଦାଦନ, ଦାରିଦ୍ର୍ୟ, ଗରିବ, ଅନ୍ୟାୟ, ଅତ୍ୟାଚାର, ଜମି ସମସ୍ୟା, ବିସ୍ଥାପନ ସବୁ ଘଟଣା ଓ ବିଷୟ ସବୁକୁ ନେଇ ଗଳ୍ପ ଲେଖା ହୋଇଛି ଓଡ଼ିଆ ଭାଷାରେ । ସଚି ରାଉତରାୟ, ମନୋଜ ଦାଶ, ପ୍ରତିଭା ରାୟ, ଗୌରହରି ଦାସ, ଗାୟତ୍ରୀ ସରଫ, ମନୋଜ ପଣ୍ଡା, ସଞ୍ଜୟ ମିଶ୍ର, ଆଡିତେଶ୍ୱର ମିଶ୍ର, ସୁଜିତ ପଣ୍ଡା ଆଦିଙ୍କ ଗଳ୍ପରେ ଭରପୁର ରହିଛି ସାମାଜିକ ବାସ୍ତବତାର ଚିତ୍ର । ସମ୍ପାନଟି କେନ୍ଦ୍ରସାହିତ୍ୟ ଏକାଡେମୀ ଓ କେଭି ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ହୋଇଥିଲା । ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ର । ସଭାରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ରସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ସଭ୍ୟ ମନୋଜ କୁମାର ପଣ୍ଡା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମହାବିଦ୍ୟାଳୟର ଅଧକ୍ଷ ଦେବେନ୍ଦ୍ର ମେହେର ଓ ଧନ୍ୟବାଦ ଦେଇଥିଲେ ପ୍ରାଧ୍ୟାପିକା ପ୍ରଭାସିନୀ ରାଉତରାୟ । ଏହି ସମ୍ପନରେ ଡ. ସେସାନ ବିଶି, ଡ. କୌତୁକ ପନ୍ଦର ଓ ଅଧ୍ୟାପିକା ଜାମିନି ଦାସ ଓଡିଆ ଗଳ୍ପରେ ସାମାଜିକ ବାସ୍ତବତା ବିଷୟରେ ପ୍ରବନ୍ଧ ପାଠ କରିଥିଲେ । ସଭା ସଂଯୋଜନା କରିଥିଲେ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଶୀ । ସଭାରେ ଅନ୍ୟାନ୍ୟ ଅଧ୍ୟାପକ ଆଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସଭା ମୁଖ୍ୟ ମନୋଜ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିବା ସହ କେନ୍ଦ୍ରସାହିତ୍ୟ ଏକାଡେମୀ ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ସବୁବେଳେ ଉତ୍ସାହିତ କରୁଛି ବୋଲି କହିଥିଲେ । ସମ୍ପାନରେ ମହାବିଦ୍ୟାଳୟର ଛାତ୍ରାଛତ୍ରୀମାନେ ପ୍ରାରମ୍ଭିକ ଓ ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ ।

Leave A Reply

Your email address will not be published.