ମାଣ୍ଡିଆଢିପା ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସାଧାରଣ ବୈଠକ

ପଦ୍ମପୁର : (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ମାଣ୍ଡିଆଢିପା ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସାଧାରଣ ସଭା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ୱରେ ମାଣ୍ଡିଆଢିପା ପଞ୍ଚାୟତ ଅନ୍ତର୍ଗତ ମୁଁଢେଲା ଗ୍ରାମଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରୁ ଆଦି ମୁନ୍ନା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅତିଥି ଭାବରେ ଲଲିତ ଜଗତ, ଦୁଃଶାସନ କୁମ୍ଭାର ଓ ଯୁଧିଷ୍ଠିର ଚାନ୍ଦ ଉପସ୍ଥିତ ରହି ନିଜର ସାମାଜ ସଂଗଠନ ପ୍ରତି ମତବ୍ୟକ୍ତ ପ୍ରକାଶ କରିଥିଲେ ଥିଲେ । ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା କରି ସାରିବା ପରେ ମାଣ୍ଡିଆ ଢିପାପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂତନ କମିଟୀ ଗଠନ କରିବା ପାଇଁ ନିଷ୍ପତ୍ତି ନେଇ ସର୍ବସମ୍ମତି କ୍ରମେ କମିଟୀ ଗଠନ କରାଗଲା । ସଭାପତି ଭାବେ ଦେବାର ଛତର, ଉପସଭାପତି ମହିମା ବେସ୍ରା, ସମ୍ପାଦକ ତୁଲସୀ ରାମ ବାଗ, ସହ ସମ୍ପାଦକ ବିଷ୍ନୁ ଦୀପ୍, କୋଷାଧ୍ୟକ୍ଷ ବିଜେ କୁମ୍ଭାର, ସାଧାରଣ ସଭ୍ୟ /ସଭ୍ୟା ରଞ୍ଜିତା ଛତର୍, ସନ୍ ବାଇ ମହାନନ୍ଦ, ବୀଣା ସୁନା, ଧିରା କୁମ୍ଭାର, ଲଲିତ ଛତର୍, କାଳିଆ ଛତର୍, ଉପଦେଷ୍ଠା ଜଗଦିଶ ଦୀପ, ଦିଲ୍ଲୀପ କୁମ୍ଭାର ଓ ଚପରାସି ଇନ୍ଦ୍ର ଦୀପଙ୍କୁ ମନୋନୀତ କରାଗଲା । ସମସ୍ତଙ୍କୁ କ୍ଷେତ୍ରୀ ଲୁହାର ଶପଥ ପାଠ କରାଇଥିଲେ । ସଭାଟିକୁ ମୁଁଣ୍ଡଲା ଗ୍ରାମର ସମସ୍ତ ସାମାଜ ପ୍ରେମୀ ସହଯୋଗ କରିଥିଲେ । ଶେଷରେ ଲଳିତ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.