p purohi

ସାଥୀ ଲଳିତଙ୍କୁ ୟୁଜିବିଇଏ ତରଫରୁ ଶେଷ ସଲାମ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଥୀ ଲଳିତଙ୍କୁ ୟୁଜିବିଇଏ ତରଫରୁ ଶେଷ ସଲାମ ଦିଆଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ସାଥୀ ପୁଲିନ ମିଶ୍ରଙ୍କ ଆବାହକତ୍ୱରେ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଆତ୍ମାର ସତଗତି କାମନା କରି ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମ·ରୀ ସଂଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି । ଶୋକ ସଭାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଫିସର ସଂଘ ସାଥୀ ଆଶୁତୋଷ ମିଶ୍ର, କାର୍ଯ୍ୟାଳୟ ସଂପାଦକ ଶଙ୍କରଦତ୍ତ ମିଶ୍ର, ସେବା ନିବୃତ ସଂଘ ସଭ୍ୟ ସାଥୀ ସୁଶିଲ ଚୋପଦାର, ପ୍ରଶାନ୍ତ ପଟ୍ଟନାୟକ, ଶୁଭେନ୍ଦ୍ର କୁମାର ସାହୁ, ଶରତ ହୋତା, କର୍ମଚାରୀ ସଂଘ କାର୍ଯ୍ୟାଳୟ ସଂପାଦକ ସାଥୀ ଅଭିଜିତ ଗଡତ୍ୟା, ଅଞ୍ଚଳ ସଂପାଦକ ସଂଜୟ କୁମାର ନାୟକ ଓ ଅନ୍ୟାନ୍ୟ ସଭ୍ୟବୃନ୍ଦ ଯୋଗଦାନ କରି ସାଥୀ ସ୍ୱର୍ଗତ ଶ୍ରୀ ନାୟକଙ୍କ ସ୍ମୃତି ·ରଣ କରିଥିଲେ । ଉକ୍ତ ସଭାରେ ସାଥୀ ପୁଲିନ ମିଶ୍ର ସ୍ୱର୍ଗତ ନାୟକଙ୍କ ଅକାଳ ବିୟୋଗ ବଲାଙ୍ଗିରର ଏକ ଅପୁରଣିୟ କ୍ଷତି ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ତାର ଜଣେ ଲଢୁଆ ସାଥୀଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ । ସାଥୀ ମିଶ୍ର ସ୍ୱର୍ଗତ ଶ୍ରୀ ନାୟକଙ୍କ ଆଦର୍ଶ ମାନବ ସେବା ହିଁ ଇଶ୍ୱର ସେବାରେ ଅନୁପ୍ରାଣୀତ ହୋଇ ବ୍ୟାଙ୍କ କର୍ମଚାରୀମାନେ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଓ ଏହାହିଁ ସ୍ୱର୍ଗତ ଶ୍ରୀ ନାୟକଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ ।

nrusinghnath
Leave A Reply

Your email address will not be published.