om academy

ସୈନିକ ସ୍କୁଲ ଆଡମିଶନ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

jsm

• ୨୦୨୧-୨୨ ଅନଲାଇନ ଆବେଦନ ଫର୍ମ ଦାଖଲ ପାଇଁ ଶେଷ ତାରିଖ ୧୯ ନଭେମ୍ବର ୨୦୨୦

ଭୁବନେଶ୍ୱର, (ପିଆଇବି) : ୦୨ ନଭେମ୍ବର ୨୦୨୦ – ଗ୍ରୁପ୍ କ୍ୟାପ୍ଟେନ୍ ଏସ ଡୋମିନିକ୍ ରାୟନ୍, ଅଧ୍ୟକ୍ଷ, ସୈନିକ ସ୍କୁଲ ଭୁବନେଶ୍ୱର ସୂଚନା ଦେଇଛନ୍ତି ଯେ ୨୦୨୧ ବର୍ଷ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE) ୧୦ ଜାନୁୟାରୀ ୨୦୨୧ (ରବିବାର) ରେ ଅନୁଷ୍ଠିତ ହେବ । AISSEE ହେଉଛି ଏକ ଜାତୀୟ ସ୍ତରର ବିଦ୍ୟାଳୟ ଆଡମିଶନ ପରୀକ୍ଷା । ଏହି ପରୀକ୍ଷା ଆଧାରରେ ସମଗ୍ର ଭାରତରେ ସୈନିକ ସ୍କୁଲ ୬ ଏବଂ ୯ ଶ୍ରେଣୀରେ ଆଡମିଶନ ପ୍ରଦାନ କରିଥାଏ । ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକ ସ୍କୁଲ ସୋସାଇଟି ପକ୍ଷରୁ NTA ଏହି ପରୀକ୍ଷା ଆୟୋଜନ କରୁଛି । ଅଲ ଇଣ୍ଡିଆନ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE 2021) ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୦ ଅକ୍ଟୋବର ୨୦୨୦ ରୁ ଆରମ୍ଭ ହୋଇ ୧୯ ନଭେମ୍ବର ୨୦୨୦ ପର୍ୟ୍ୟନ୍ତ NTA ୱେବସାଇଟ: https://aissee.nta.nic.in ରେ ଜାରି ରହିବ । ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ପ୍ରାର୍ଥୀମାନଙ୍କର ଜନ୍ମ ତାରିଖ ୦୧ ଏପ୍ରିଲ ୨୦୦୯ ରୁ ୩୧ ମାର୍ଚ୍ଚ ୨୦୧୧ ମଧ୍ୟରେ ହେବା ଉଚିତ । ଓଡିଶାରେ ବର୍ତ୍ତମାନ ଦୁଇଟି ସୈନିକ ସ୍କୁଲ ଅଛି, ଯଥା ସୈନିକ ସ୍କୁଲ ଭୁବନେଶ୍ୱର ଏବଂ ସୈନିକ ସ୍କୁଲ ସମ୍ବଲପୁର ଯାହା ୨୦୨୦-୨୧ ରେ ଆରମ୍ଭ ହୋଇଛି । ଉଭୟ ବିଦ୍ୟାଳୟ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କେବଳ ଶ୍ରେଣୀ ୬ ରେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବେ । ଭୁବନେଶ୍ୱର ସୈନିକ ସ୍କୁଲରେ ବାଳକମାନଙ୍କ ପାଇଁ ୫୫ ଟି ଏବଂ ବାଳିକାମାନଙ୍କ ପାଇଁ ୧୦ ଟି ସ୍ଥାନ ଥିବାବେଳେ ନୂତନ ସୈନିକ ସ୍କୁଲ ସମ୍ବଲପୁରରେ ବାଳକମାନଙ୍କ ପାଇଁ ୯୦ ଟି ଏବଂ ବାଳିକାମାନଙ୍କ ପାଇଁ ୧୦ ଟି ସ୍ଥାନ ଖାଲି ଅଛି । ଷଷ୍ଠ ଶ୍ରେଣୀ ପାଇଁ ପରୀକ୍ଷା ମାଧ୍ୟମ ଇଂରାଜୀ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷା (ଓଡିଆ) ହେବ । ଅଧ୍ୟକ୍ଷ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଓଡ଼ିଶାର ରାଜ୍ୟ ସରକାର ସେମାନଙ୍କ ପିତାମାତାଙ୍କ ଆୟକୁ ଆଧାର କରି ଓଡିଶାର ସ୍ଥାୟୀ ଅଧିବାସୀ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଫି ସହିତ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି ।
ଅନଲାଇନ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୧୯ ନଭେମ୍ବର ୨୦୨୦ ।

Leave A Reply

Your email address will not be published.